ସୁରକ୍ଷା ଅଧିକାରୀଙ୍କୁ ହାତ ଯୋଡ଼ିଲେ ଶାହାରୁଖ ଖାନ୍, ଭିଡିଓ ଭାଇରାଲ
ମୁୁମ୍ବାଇ : ବଲିଉଡର କିଙ୍ଗଖାନ୍ ଶାହାରୁଖ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଶାହାରୁଖ ଜଣେ ବ୍ୟକ୍ତିଙ୍କୁ ଆଲିଙ୍ଗନ ଏବଂ ହାତ ଯୋଡୁଥିବାର ଦେଖିବାକୁ ମିଳିଛି ।
ସୂଚନା ଯେ, ଶାହାରୁଖ ଖାନ ଶୁକ୍ରବାର ରାତିରେ ସ୍ପେନ ଯାଉଥିଲେ । ଏହାପରେ ଯେତେବେଳେ ସିଏସଏଫ ଅଧିକାରୀ ତାଙ୍କୁ ପ୍ରବେଶ ଦ୍ୱାରରେ ମନ୍ଥର ଗତିରେ ଚାଲିବାକୁ କହିଥିଲେ । ସେତେବେଳେ ଶାହାରୁଖ ଖାନ୍ ତାଙ୍କୁ ଅନୁସରଣ କରିଥିଲେ । କିଛି କ୍ଷଣ ପରେ, ଅଧିକାରୀ ଶାହାରୁଖ ଖାନଙ୍କୁ ବିଦାୟ ନେବାକୁ କୁହନ୍ତି । ଏହାପରେ ଶାହାରୁଖ ଖାନ ତାଙ୍କୁ ଆଲିଙ୍ଗନ କରି ହାତ ଯୋଡି ନମସ୍କାର କରି ଅଭିବାଦନ କରନ୍ତି । ତା’ପରେ ସେଠାରୁ ଚାଲିଯାଆନ୍ତି । ଶାହାରୁଖ ଖାନଙ୍କ ଏପରି ଭଦ୍ରାମି ଦେଖି ପ୍ରଶଂସକମାନେ ଏହାକୁ ପସନ୍ଦ କରିଛନ୍ତି । ତେବେ ଶାହାରୁଖ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’ର କାମରେ ସ୍ପେନ୍ ଗସ୍ତ କରୁଥିବାର ଜଣାଯାଇଛି ।
