ଦେଶକୁ ଫେରିବା ପରେ ଭାରତ ସରକାରଙ୍କୁ ସମାଲୋଚନା କଲେ ୟୁକ୍ରେନ ଫେରନ୍ତା
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ କିଛି ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନେକ ପ୍ରୟାସ କରି ଭାରତକୁ ଅଣାଯାଉଛି । ଏହି ସମୟରେ ଯୁଦ୍ଧଭୂମିରୁ ଭାରତ ଫେରିଥିବା ଛାତ୍ର କେନ୍ଦ୍ର ସରକାରଙ୍କୁ କଡ଼ା ସମୋଲୋଚନା କରିଛନ୍ତି । ଠିକ୍ ସମୟରେ ଛାତ୍ରଙ୍କୁ ଉଦ୍ଧାର ନକରି ବିମାନ ବନ୍ଦରରେ ଗୋଲାପ ଫୁଲ ଦେବା କେବଳ ଲୋକ ଦେଖାଣିଆ ବୋଲି ୟୁକ୍ରେନ ଫେରନ୍ତା କହିଛନ୍ତି । ସୂଚନା ଅନୁସାରେ, ବିହାରର ଦିବ୍ୟାଂଶୁ ସିଂ ହଙ୍ଗେରୀ ସୀମା ଦେଇ ୟୁକ୍ରେନ ବାହାରକୁ ଆସିଥିଲେ । ଏହାପେର ଭାରତ ଫେରିଥିଲେ । ଏନେଇ ସେ କହିଥିଲେଯେ, ଦୂତାବାସ ସେମାନଙ୍କୁ ହଙ୍ଗେରୀ ସୀମାରେ ଛାଡ଼ି ଦେଇଥିଲା ।
ଏହାପୂର୍ବରୁ କିଛି ସହାୟତା ଦୂତାବାସ ପକ୍ଷରୁ ପ୍ରଦାନ କରାଯାଇନଥିଲା । ଯାହା କରିଛନ୍ତି ସେମାନେ ନିଜେ କରିଛନ୍ତି । ନିଜେ ବସ ଓ ଟ୍ରେନରେ ସେ ଯୁଦ୍ଧଭୂବିରୁ ବାହାରିଥିଲେ । ସେ ଆହୁରି କହିଥିଲେଯେ, ୟୁକ୍ରେନ ସୀମା ଅତିକ୍ରମ ବେଳେ ତାଙ୍କୁ ସ୍ଥାନୀୟ ଲୋକେ ସାହାଯ୍ୟ କରିଥିଲେ । କିନ୍ତୁ ପୋଲାଣ୍ଡ ସୀମାରେ କିଛି ଛାତ୍ରାଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା । ଏଥିପାଇଁ ଭାରତ ସରକାର ଦାୟୀ । ଯଦି ସରକାର ଟିକ୍ ସମୟରେ ପଦକ୍ଷେପ ନେଇଥାନ୍ତେ ତେବେ ଅସୁବିଧା ହୋଇନଥାନ୍ତା । ଆମେରିକା ପ୍ରଥମେ ନିଜ ନାଗରିକଙ୍କୁ ଦେଶ ଛାଡ଼ିବାକୁ କହିଥିଲା । ସେ ଆହୁରି କହିଛନ୍ତିଯେ, ଦିଲ୍ଲୀ ଫେରିବା ପରେ ତାଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା । ଏହା କେବଳ ଲୋକ ଦେଖାଣିଆ ।
