ପ୍ରାର୍ଥୀଙ୍କ ବାଲଟ ପେପର ତ୍ରୁଟି ପାଇଁ ମତଦାନ ବନ୍ଦ
ନାଉଗାଁ : ଜଗତସିଂହପୁର ଜିଲା ନାଉଗାଁ ବ୍ଲକ୍ ଶିଖର ପଞ୍ଚାୟତ ୱାର୍ଡ଼ ନମ୍ବର୍ ୪ରେ ଦୀର୍ଘ ସମୟ ଧରି ମତଦାନ ବନ୍ଦ । ପ୍ରାର୍ଥୀଙ୍କ ବାଲଟ ପେପର ତ୍ରୁଟି ପାଇଁ ମତଦାନ ବନ୍ଦ । ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ବିଡିଓ ତଥା ନିର୍ବାଚନ ଅଧିକାରୀ ପହଞ୍ଚି ଏହି ବୁଥରେ ଆସନ୍ତା କାଲି ଆଉ ଥରେ ସରପଞ୍ଚ ପାଇଁ ସାନି ମତଦାନ କରାଯିବା ନେଇ ସୂଚନା ଦେବା ପରେ ଅଞ୍ଚଳ ଶାନ୍ତ ପଡ଼ିଥିଲା । ସୂଚନା ଅନୁସାରେ ଆଜି ସକାଳୁ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଥିଲା ।
କିନ୍ତୁ ଦାୟିତ୍ଵରେ ପ୍ରିଜାଇଡିଂ ଅଫିସରଙ୍କ ଦାୟିତ୍ଵ ହୀନତା ପାଇଁ ଏଭଲି ଘଟଣା ଘଟିଛି । ଉକ୍ତ ପଞ୍ଚାୟତରେ ୬ ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବାଲାଟ ପେପରକୁ ଫୋଲଡିଂ କରି ଦେବା ବେଳେ ଚାରି ଜଣଙ୍କ ଚିହ୍ନଙ୍କୁ ରଖି ଫୋଲଡିଙ୍ଗ କରି ଦେଇଛନ୍ତି । ଏହିପରି ଭାବେ ୭୪ ଜଣ ମତଦାନ କରି ସାରିବା ପରେ ଜଣାପଡ଼ିଥିଲା ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ବ୍ଲକ ନିର୍ବାଚନ ଅଧିକାରୀ ପହଞ୍ଚି ଆସନ୍ତାକାଲି ଆଉ ଥରେ ସରପଞ୍ଚ ନିର୍ବାଚନ ପାଇଁ ସାନି ମତଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।
