ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତି
କଟକ : ଓଡ଼ିଶା ହାଇକୋର୍ଟରେ ୩ ଜଣ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୂରାହରି ରମଣଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତିଭାବେ ନିଯୁକ୍ତ କରିଛନ୍ତି । ଏ ସଂପର୍କରେ ଗୁରୁବାର କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡିଶା ହାଇକୋର୍ଟ ପାଇଁ ତିନି ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇକୋର୍ଟର ୪ ଜଣ ଆଇନଜୀବୀଙ୍କ ନାମକୁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟଙ୍କ କଲେଜିୟମ । ଗତ ୨୯ ତାରିଖ କଲେଜିୟମ ବୈଠକରେ ଏନେଇ ନିଷ୍ପତି ନିଆଯାଇଥିଲା । ହାଇକୋର୍ଟ ବିଚାରପତି ପାଇଁ ଆଇନଜୀବୀ ଭି ନରସିଙ୍ଗ, ଆଇନଜୀବୀ ବିରଜା ପ୍ରସନ୍ନ ଶତପଥି ଓ ଆଇନଜୀବୀ ଶ୍ରୀରମଣ ମୁରାହରିଙ୍କ ନାମରେ ମୋହର ମାରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରାଳୟ । ଓଡିଶା ହାଇକୋର୍ଟରେ ଏବେ ୧୮ ଜଣ ବିଚାରପତି ଅଛନ୍ତି । ଓଡିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ହେଉଛି ୩୩ । ନୂଆ ୩ ଜଣ ବିଚାରପତିଙ୍କୁ ମିଶାଇ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧ରେ ପହଂଚିବ । ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ଥିଲା । ନିକଟରେ ଓଡିଶା ହାଇକୋର୍ଟ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।
