କୋଳରେ ନବଜାତ ଶିଶୁ ନେଇ ପ୍ରଚାରକୁ ଓହ୍ଲାଇଛନ୍ତି ଜିଲା ପରିଷଦ ପ୍ରାର୍ଥୀନୀ
ମହାକାଳପଡା : ପାଖେଇ ଆସୁଛି ପଞ୍ଚାୟତ ଭୋଟ । ନିର୍ବାଚନୀ ମାହୋଲ ସରଗରମ ହୋଇଗଲାଣି। ବାଜା ଆଉ ନାଚରେ ଗାଁ ଦାଣ୍ଡ ଦୁଲୁକୁଛି । ହାତରେ କମ ସମୟ, ତେଣୁ ଭୋଟରଙ୍କ ପାଖରେ ପହଞ୍ଚିବା ଲାଗି ସବୁ କଳା-କୌଶଳ ଆପଣାଇଛନ୍ତି ପ୍ରାର୍ଥୀ ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଜମିଛି ନିର୍ବାଚନି ମାହୋଲ । ପଞ୍ଚାୟତ ସ୍ତରରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସରପଂଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରର ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ମହାକାଳପଡା ନିର୍ବାଚନ ମଣ୍ଡଳୀର ୨୫ ନମ୍ବର ଜୋନରୁ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥନି ଦୁର୍ଗାବତୀ ପ୍ରଧାନ ନିଜର ୧ମାସ ୧୦ ଦିନର ନବଜାତ ଶିଶୁଟିକୁ କୋଳରେ ଧରି ଘର ଘର ବୁଲି ଆରମ୍ଭ କରିଛନ୍ତି ନିର୍ବାଚନ ପ୍ରଚାର ।ଏହି ପ୍ରଚାର ମାର୍ଶାଘାଇ ବ୍ଲକ୍ ର ଦଶିପୁର ପଞ୍ଚାୟତର ମା ଗୋଜବାୟାଣୀଙ୍କ ନିକଟରୁ ଆର୍ଶିବାଦ ନେଇ ନିଜର ସମର୍ଥକ ମାନଙ୍କ ସହିତ ପଞ୍ଚାୟତରେ ପ୍ରଚାର ଆରମ୍ଭ କରିଛନ୍ତି ।
ସୂଚନା ଯେ, ଏହି ପ୍ରଚାରରେ ଦଶିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ଆଶାୟୀ ସରପଞ୍ଚ ପ୍ରାର୍ଥୀ ବିକ୍ରମ କେଶରୀ ଦାଶ, ସମିତି ସଭ୍ୟା ପ୍ରାର୍ଥୀନୀ ମଧୁସ୍ମିତା ଦାସ ମା ଗୋଜବାୟାଣୀ ପୀଠରୁ ଆର୍ଶୀବାଦ ନେଇ ବାଘଡିଆ, ଏବଂ ଦଶିପୁର ଗ୍ରାମରେ ପ୍ରତ୍ୟେକ ଲୋକଙ୍କ ଘରକୁ ଯାଇ ଭୋଟି ଭୋଟ ଭିକ୍ଷା କରିଥିଲେ।
