ବିଚ୍ଛିନାଞ୍ଚଳରେ ସରିଲା ଲାଲବାହିନୀଙ୍କ ଦବଦବା! ୧୦ ବର୍ଷ ପରେ ପୁଣିଥରେ ନିର୍ବାଚନ, ଜମୁଛି ପ୍ରଚାର
ମାଲକାନଗିରି : ମାଲକାନଗିରି ଜିଲାର ଯେଉଁ ବିଚ୍ଛିନାଞ୍ଚଳରେ ଥିଲା ଲାଲ୍ ବାହିନୀଙ୍କ ଦବଦବା ଓ ବନ୍ଧୁକ ମୁନର ଭୟ ସହ ପ୍ରଜାକୋର୍ଟର ଶାସନ ଏବେ ଭୁଶୁଡ଼ି ପଡ଼ିଛି । ବିଛିନ୍ନାଞ୍ଚଳର ୧୫୧ ଗାଁର ଲୋକଙ୍କୁ ବିକାଶ ଧାରାରେ ଯୋଡ଼ିଛି ଗୁରୁପ୍ରିୟା ସେତୁ । ଲୋକଙ୍କୁ ଲାଲ ବାହିନୀ କବଳରୁ ମୁକ୍ତ ହୋଇ ସ୍ୱାଧୀନ ଭାବେ ବଞ୍ଚିବା ଶିଖୁଛନ୍ତି। ବିଏସଏଫ କ୍ୟାମ୍ପ ଓ ସୁରକ୍ଷା ବାହିନୀଙ୍କ ଘନ ଘନ କମ୍ୱିଂରେ ଲାଲ ଗଡ଼ ଭୁଶୁଡ଼ିବା ସହ ବିକାଶର ସ୍ୱାଦ ଚାଖିଲେ ସ୍ୱାଭିମାନ ଅଞ୍ଚଳବାସୀ । ମାଓଭୟରେ ବନ୍ଦ ହୋଇ ଯାଇଥିବା ନିର୍ବାଚନ ପୁଣିଥରେ ଆରମ୍ଭ ହୋଇଛି।
ଘରକୁ ଘର ବୁଲି ହାତ ଯୋଡ଼ି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ଆଉ କାନ୍ଥରେ ଲାଗୁଛି ପ୍ରାର୍ଥୀଙ୍କ ପୋଷ୍ଟର । ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ୯ ପଞ୍ଚାୟତରେରେ ହେଉଛି ପଞ୍ଚାୟତ ନିର୍ବାଚନ । ଏଥର ମତଦାନ ସାବ୍ୟସ୍ତ କରିବେ ସ୍ୱାଭିମାନ ଅଞ୍ଚଳବାସୀ । ଲାଲଗଡ଼ ଭୁଶୁଡି ଥିବାରୁ କଡ଼ା ସୁରକ୍ଷା ମଧ୍ୟରେ ସ୍ୱାଭିମାନ ଅଞ୍ଚଳରେ ହେବ ପଞ୍ଚାୟତ ନିର୍ବାଚନ । ଦଶନ୍ଧି ଦଶନ୍ଧି ଧରି ଜଳ ବନ୍ଦୀ ଘେରରେ ରହିବା ସହ ଲାଲ ବାହିନୀଙ୍କ ଦବଦବା ଯୋଗୁଁ ସ୍ୱାଧୀନତା ହରାଇଥିଲେ ସ୍ୱାଭିମାନ ଅଞ୍ଚଳବାସୀ । ଗୁରୁପ୍ରିୟା ସେତୁ ହେବା ପରେ ସବୁ କିଛି ବଦଳି ଯାଇଛି । ସ୍ୱାଭିମାନ ଅଞ୍ଚରେବିଏସଏଫ କ୍ୟାମ୍ପ ହେବା ସହ ସୁରକ୍ଷା ବହିନୀଙ୍କ ଘନ ଘନ କମ୍ୱିଂ ଯୋଗୁଁ ଲାଲ୍ ଗଡ଼ ଭୁଶୁଡ଼ି ପଡ଼ିଛି । ପଞ୍ଚାୟତ ନିର୍ବାଚନ ସହ ଅଞ୍ଚଳରର ବିକାଶର ଧାରା ଆଗକୁ ବଢ଼ିବ।
ଲାଲ ବାହିନୀଙ୍କ ଦବଦବା ଯୋଗୁଁ ସ୍ୱାଭିମାନ ବାସୀ ନିଜ ଅଧିକାରକୁ ଭୁଲି ଯାଇଥିଲେ ଓ ଲାଲ୍ ବାହିନୀଙ୍କ ଶାସନରେ ଚାଲୁଥିଲେ । କିନ୍ତୁ ଦୀର୍ଘ ୧୦ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ହେଉଛି ନିର୍ବାଚନ । ଲାଲ ସ୍ୱାଭିମାନ ଅଞ୍ଚଳର ଯେଉଁ ରାସ୍ତାରେ ଲାଲ ବାହିନୀ ବନ୍ଧୁକ ଧରି ଚାଲୁଥିଲେ ସେହି ରାସ୍ତାରେ ବର୍ତ୍ତମାନ ଚାଲୁଛନ୍ତି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ । ଲାଲ ବାହୀନିଙ୍କ ପ୍ରଜା କୋର୍ଟ ବଦଳରେ ଗାଁରେ ବସୁଛି ବିକାଶ ପାଇଁ ବୈଠକ । ଲାଲ ବାହିନୀଙ୍କ ପୋଷ୍ଟର ସ୍ଥାନରେ ଲାଗୁଛି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ପୋଷ୍ଟର । ଏହି ଅଞ୍ଚଳର ଲୋକେ ମୁରବୀ ବିହୀନ ପରି ବଞ୍ଚୁଥିଲେ ।ଭୋଟ୍ ଦେଇ ନେତା ଚୟନ କରି ଅଞ୍ଚଳର ବିକାଶ କରିବେ ବୋଲି କହିଛନ୍ତି ଅଞ୍ଚଳବାସୀ।ଗୁରୁପ୍ରିୟା ସେତୁ ହେବା ପରେ ସ୍ୱାଭିମାନ ଅଞ୍ଚଳର ବିକାଶ ହେବା ସହ ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ଅଞ୍ଚଳ ବାସୀଙ୍କ ସବୁ ଦୁଃଖ ଦୂରେଇ ଦେଇଛି ।
