ଦିବ୍ୟାଙ୍ଗ କମଳାକାନ୍ତ ପାଇଲେ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ସ୍ଥାନ
ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସି ଖବର ଆଣିଲେ ଦିବ୍ୟାଙ୍ଗ କମଳାକାନ୍ତ ନାୟକ । ହ୍ୱିଲ୍-ଚେୟାରରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସେ ସ୍ଥାନ ପାଇଛନ୍ତି । ପର୍ତୃଗାଲର ମାରିଓ ତ୍ରିନିଦାଦ ୧୮୨.୪ କିମି ଦୂରତା ଅତିକ୍ରମ କରି ଗିନିଜ୍ ବୁକ୍ରେ ସ୍ଥାନ ଅଧିକାର କରିଥିଲେ । ପୁରୀ ଜିଲ୍ଲାର ଦିବ୍ୟାଙ୍ଗ କମଳାକାନ୍ତ ନାୟକ (୨୮) ତାଙ୍କ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି । କମଳାକାନ୍ତ ହ୍ୱିଲ୍-ଚେୟାରରେ ୧୮୩.୫୪ କିଲୋମିଟର ଅତିକ୍ରମ କରିସାରିଛନ୍ତି ।
କମଳାକାନ୍ତ ପୂର୍ବରୁ ୨୦୧୯ରେ ବ୍ରହ୍ମଗିରୀରୁ ନିର୍ତାର ପର୍ୟ୍ୟନ୍ତ ୧୩୯ କିଲୋମିଟର ୧୫ ଘଣ୍ଟା ହ୍ୱିଲଚେୟାର ମାରାଥନକୁ ଅତିକ୍ରମ କରିଥିଲେ । କଳଳାକାନ୍ତଙ୍କ ଅଭିଯାନ ସଫଳ ହେବ ବୋଲି ବେଟର ଲାଇଫ ଫାଉଣ୍ଡେସନ ତଥା ଓଡ଼ିଶା ହ୍ୱିଲଚେୟାର ବାସ୍କେଟବଲ ସଂଘ ସମ୍ପାଦକ ଦୁର୍ଗା ପ୍ରସାଦ ପଟ୍ଟନାୟକ କହିଛନ୍ତି ।
