ଭାରତୀୟ ବ୍ୟାଡମିଣ୍ଡନ ପାଇଁ ଐତିହାସିକ ଦିନ, ଇଣ୍ଡିଆ ଓପନ ଟାଇଟଲ ଜିତିଲେ ଲକ୍ଷ୍ୟ ସେନ୍
ନୂଆଦିଲ୍ଲୀ : ଭାରତୀୟ ବ୍ୟାଡମିଣ୍ଟନ ପାଇଁ ରବିବାର ଐତିହାସିକ ଦିନ । ଭାରତର ଯୁବ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ଇତିହାସ ରଚିଛନ୍ତି । ଇଣ୍ଡିଆ ଓପନ ଚାମ୍ପିୟନର ଫାଇନାଲରେ ବିଶ୍ୱ ଚାମ୍ପିୟନ ଲୋହ କିନ୍ ୟୁଙ୍କୁ ହରାଇ ଏକ ରୋମାଞ୍ଚକର ବିଜୟ ହାସଲ କରିଛନ୍ତି । ଫାଇନାଲରେ ସିଙ୍ଗାପୁରର ଖେଳାଳି ଲୋହଙ୍କୁ ସିଧା ଗେମ୍ ୨୪-୨୨, ୨୧-୧୭ରେ ସେ ପରାସ୍ତ କରିଛନ୍ତି । ଏହା ଲକ୍ଷ୍ୟଙ୍କ ପ୍ରଥମ ସୁପର ୫୦୦ ଟାଇଟଲ । ମ୍ୟାଚ ପୂର୍ବରୁ ଲକ୍ଷ୍ୟ କହିଥିଲେ, ନିଜ ଦେଶରେ ନିଜର ପ୍ରଥମ ସୁପର ୫୦୦ର ଫାଇନାଲ ଖେଳିବା ଏକ ସୁନ୍ଦର ଅନୁଭୂତି ହେବାକୁ ଯାଉଛି ।
୨୦ ବର୍ଷିୟ ଯୁବ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ବିଶ୍ୱ ରାଙ୍କିଂର ୬୦ତମ ସ୍ଥାନରେ ଥିବା ମାଲେସିଆର ୟୋଙ୍ଗଙ୍କୁ ହରାଇ ସୁପର ୫୦୦ ଟୁର୍ଣ୍ଣାମେଣ୍ଟର ଫାଇନାଲେ ପ୍ରବେଶ କରିଥିଲେ । ଲକ୍ଷ୍ୟ ଦୁଇ ଥର ସୁପର ୧୦୦ ଟାଇଟଲ ହାସଲ କରିସାରିଛନ୍ତି । ଏଥିରେ ଡଚ୍ ଓପନ ଏବଂ ସାରଲୋରଲକ୍ସ ଓପନ ସାମିଲ ରହିଛି । ଗତ ବର୍ଷ ଏହି ଯୁବ ଖେଳାଳି ହାଇଲୋରେ ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିଲେ । ବିଶ୍ୱ ଚମ୍ପିୟନସିପରେ ବ୍ରୋଞ୍ଜ ପଦକ ଜିତିବା ପୂର୍ବରୁ ସେ ବିଶ୍ୱ ଟୁର ଫାଇନାଲର ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚିଥିଲେ ।
