ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି! ଏଣିକି ବିଚାରପତିଙ୍କୁ ମାଇ ଲର୍ଡବଦଳରେ କୁହାଯିବ ସାର୍
କଟକ : ଆଉ କୋର୍ଟରେ ଶୁଣିବାକୁ ମିଳିବନି ମାଇଁ ଲର୍ଡ ଉଚ୍ଚାରଣ । ମାଇଁ ଲର୍ଡ ବଦଳରେ ଏଣିକି ଶୁଣିବାକୁ ମିଳିବ ସାର୍ । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନେଇଛନ୍ତି ଏମିତି ଐତିହାସିକ ନିଷ୍ପତ୍ତି । କୋର୍ଟ ରୁମରେ ଆଉ ହେବନି ମାଇଁ ଲଡ୍ ସମ୍ବୋଧନ ।
ଏଣିକି ବିଚାରପତିଙ୍କୁ ମାଇ ଲର୍ଡବଦଳରେ କୁହାଯିବ ସାର୍ । ପ୍ରକାଶିତ ସାପ୍ତାହିକ ମାମଲା ତାଲିକାରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ବିଚାରପତିଙ୍କୁ ମାଇଁ ଲର୍ଡ, ଇୟୋର୍ ଲର୍ଡସିପ୍ ସମ୍ବୋଧନ ନ କରିବାକୁ କୁହାଯାଇଛି । ଏହି ଖଣ୍ଡପୀଠର ବିଚାରପତିଙ୍କୁ ଏଣିକି ‘ମାଇଁ ଲର୍ଡ’, ‘ଇୟୋର ଲର୍ଡସିପ୍’, ‘ଇୟୋର ଅନର’ ଭାବେ ସମ୍ବୋଧନ ନ କରିବାକୁ ଆଇନଜୀବୀ ଓ ଵିଭିନ୍ନ ପକ୍ଷଙ୍କୁ ଅନୁରୋଧ କରାଯାଇଛି ।ଏଥିସହ ସମ୍ବୋଧନ ପୂର୍ବରୁ ‘ଅନରେବଲ’ ଉପସର୍ଗ ଯୋଗ ନ କରିବାକୁ ଅନୁରୋଧ କରାଯାଇଛି । ଏଭଳି ସବୁ ସମ୍ବୋଧନ ନକରିବା ପ୍ରସଂଗରେ ଆଇନଜୀବୀ ଓ ପକ୍ଷ ଚେଷ୍ଟା କରିବେ ।
ଏବେ ଜଜଙ୍କୁ ଆଇନଜୀବୀ ସାର୍ ଭାବେ ସମ୍ବୋଧନ କରିବେ । କୋର୍ଟରେ ମାମଲା ପରିଚାଳନା ସମୟରେ ମାଇଁ ଲର୍ଡ ପରିବର୍ତ୍ତେ ସାର କିମ୍ବା ଅନରେବୁଲ୍ କୋର୍ଟ ବୋଲି ସମ୍ବୋଧନ କରିବା ପାଇଁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି । ୨୦୧୬ରେ ବାର କାଉନସିଲ ଅଫ ଇଣ୍ଡିଆ ଏନେଇ ଏକ ପ୍ରସ୍ତାବ ଆଣିଥିଲା । ମୁଖ୍ୟ ବିଚାରପତିଙ୍କ ନିଷ୍ପତ୍ତିକୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ଏବଂ ଅନ୍ୟମାନେ ସ୍ବାଗତ କରିଛନ୍ତି ।
