ସ୍ବାମୀ-ସ୍ତ୍ରୀଙ୍କ ଝଗଡାରେ ବଳି ପଡ଼ିଗଲା ଦୁଇ ମାସ ପୁଅ! ତଣ୍ଟି ଚିପି ହତ୍ୟା ପରେ କୂଅକୁ ଫୋପାଡିଲା ମା’
କେନ୍ଦ୍ରାପଡା : ମା’ ସାଜିଲା ପିଶାଚିନୀ । ପରିବାର କଳହ ଆଗରେ ବୃଥା ପଡିଲା ମା’ର ମମତା । ପଣତ କାନିରେ ଯେଉଁ ମା’ ଛୁଆକୁ ସବୁ ବିପଦ ତଥା ଆପଦରୁ ଢାଙ୍କି ରଖେ ଆଜି ସେହି ହାତରେ ଦୁଇ ମାସ ପୁଅର ତଣ୍ଟି ଚିପି ହତ୍ୟା ପରେ କୂଅକୁ ଫୋପାଡିଲା ମା’ । ଛୁଆକୁ ଦୁନିଆର ଆଲୋକ ଦେଖାଉଥିବା ମାଆ ଦୁନିଆ କଣ ନ ବୁଝୁଣୁ ଛୁଆର ଜୀବନ ନେଇଗଲା।
ସୂଚନା ଯେ, ସ୍ବାମୀ-ସ୍ତ୍ରୀଙ୍କ ଝଗଡାରେ ବଳି ପଡ଼ିଗଲା ନିଷ୍ପାପ ଶିଶୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତ କାନପୁର ଗ୍ରାମରେ । ପୋଲିସ ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।
