ଭାଜପା ରାଜ୍ୟ ସଭାପତିଙ୍କ ବାଲେଶ୍ୱର ଗସ୍ତ
ବାଲେଶ୍ୱର : ବାଲେଶ୍ୱର ଜିଲା ଗସ୍ତରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି । ଶନିବାର ୧୦ଟା ୩୦ ମିନିଟ ସମୟରେ ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଦୁ ଠାରେ ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଜିଲାର ଏକ ପ୍ରତିନିଧି ଦଳ ଓ ସୋର ବିଧାୟକ ପାର୍ଥୀ ରାକେଶ ମଲ୍ଲିକ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସହିତ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସଙ୍କୁ ସ୍ୱାଗତ କରିଥିଲେ ।
ପରେ ପ୍ରତିନିଧି ଦଳଙ୍କ ସହିତ ରାଜ୍ୟ ପଦାଧିକାରୀ ପଞ୍ଚଲିଙ୍ଗେଶ୍ୱର ଯାଇ ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକଙ୍କ ସହିତ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପାଖରେ ଜିଲାବାସୀଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଜିଲାବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଦେବା ସହିତ ଜିଲାବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ପଞ୍ଚଲିଙ୍ଗେଶ୍ୱର ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବା ସହିତ ସରକାରୀ ଉଦାସୀନତା କାରଣରୁ ପୀଠର ଉନ୍ନତି ହୋଇପାରୁନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଏହାପରେ ରାଜ୍ୟ ସଭାପତି, ଜିଲା ସଭାପତି, ନିଳଗିରି ବିଧାୟକଙ୍କ ସମେତ ଜିଲା ନେତୃବୃନ୍ଦ ନିଳଗିରି ଆଇବି ଠାରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲା ପ୍ରତିନିଧି ଦଳରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ପ୍ରଦୀପ ଦାସ ଓ ଶୁଭଙ୍କର ମହାପାତ୍ର, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ୱର ଚନ୍ଦ୍ର ବେହେରା, ଜିଲା ଉପସଭାପତି କମଳା ବିନ୍ଧାଣି, ଗଙ୍ଗାଧର ମିଶ୍ର, ପ୍ରଦୀପ ପଣ୍ଡା, କରୁଣାକର ପଣ୍ଡା ଓ କମଳଲୋଚନ ଦାସ, ଜିଲା ସମ୍ପାଦିକା ପିଙ୍କି ପ୍ରଧାନ ଓ ସସ୍ମିତା ଚାନ୍ଦ, ଏମ୍ପିଙ୍କ ସଦର ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ବେରା, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ନାରାୟଣ ମହନ୍ତ, ବିଜୟ ସାହୁ, ସୁବୋଧଚନ୍ଦ୍ର ପଣ୍ଡା ଅଭିସ୍ପା ନାୟକ, ସଂଯୁକ୍ତା ମହାପାତ୍ର, ଦମୟନ୍ତୀ ବାଗ, ସନ୍ତୋଷ ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ରାଜ୍ୟ ପଦାଧିକାରୀ ଭୂଦାରଚଣ୍ଡୀ ମନ୍ଦିର ଦର୍ଶନ କରି ଅଭିଯାନର ଅଂଶ ବିଶେଷ ମୟୂରଭଞ୍ଜ ଯାତ୍ରା କରିଥିଲେ ।
