ଖୁସି ଖବର : ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍
କଟକ : ଓମିକ୍ରନକୁ ନେଇ ଖୁସି ଖବର । ରାଜ୍ୟରେ ପ୍ରଥମ ଚିହ୍ନଟ ହୋଇଥିବା ଓମିକ୍ରନ ରୋଗୀ ଆଜି(ସୋମବାର) ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ନାଇଜେରିଆ ଫେରନ୍ତା ଥିଲେ । ସେ ଗତ ୧୭ ତାରିଖରେ ଓମିକ୍ରନ ଭାଇରସରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ତାଙ୍କର କୌଣସି ଲକ୍ଷଣ ନଥିଲା । ଦୁଇଥର କୋଭିଡ଼ ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିବାରୁ ଆଜି ଡିସଚାର୍ଜ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଘରେ ଆଇସଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଓମିକ୍ରନକୁ ନେଇ ଭୟଭୀତ ନ ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସେପଟେ ବର୍ତ୍ତମାନ ରାଜ୍ୟରେ ସ୍ଥିତି ଭଲ ରହିଛି । ଏଯାବତ୍ ରାଜ୍ୟରେ ଲକଡ଼ାଉନ କି ନାଇଟ କର୍ଫ୍ୟୁ ଲାଗୁ କରିବା ଭଳି ପରିସ୍ଥିତି ଉପୁଜି ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
