ଓଡ଼ିଶାରେ ସ୍ଥିତି ଭଲ! ନାଇଟ କର୍ଫ୍ୟୁର ଆବଶ୍ୟକତା ନାହିଁ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ରାଜ୍ୟରେ ନାଇଟ କର୍ଫ୍ୟୁକୁ ନେଇ ମତ ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଏବେ ଯାଏଁ ଓଡ଼ିଶାର ସ୍ଥିତି ଭଲ ଅଛି । ଏଣୁ ନାଇଟ କର୍ଫ୍ୟୁ କି ଲକଡାଉନର ଆବଶ୍ୟକତା ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେସନ ଆବଶ୍ୟକ ପଡିପାରେ । ସେହିପରି ରାଜ୍ୟରେ ସଂକ୍ରମଣ ବଢିଲେ ଲକଡ଼ାଉନ ଭଳି ନିୟମର ଆବଶ୍ୟକ ପଡିପାରେ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଆମ ରାଜ୍ୟରେ ଯେତିକି ବିଦେଶ ଫେରନ୍ତା ଆସିଛନ୍ତି ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କର ରିପୋର୍ଟ ପଜିଟିଭ ବାହାରିଥିଲା । ତେବେ ସେଥି ମଧ୍ୟରୁ ୮ ଜଣ ଓମିକ୍ରନ ଭାରିଏଣ୍ଟର ଆକ୍ରାନ୍ତ ହୋଇଥିଲେ । ବାକି ୧୦ ଜଣଙ୍କର ରିପୋର୍ଟ ନେଗେଟିଭ ଆସିଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେସେନ ଓ ସଂକ୍ରମଣ ବଢିଲେ ଏହିଭଳି ନିୟମର ଆବଶ୍ୟକ ପଡ଼ିବ ବୋଲି ସେ କହିଛନ୍ତି ।
