ପିଜ୍ଜା ଅମଲେଟ
ପିଜ୍ଜା ଖାଇବାକୁ ପିଲାମାନେ ବହୁତ ପସନ୍ଦ କରନ୍ତି। କିନ୍ତୁ ମଇଦାରେ ତିଆରି ପିଜ୍ଜା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏପରିସ୍ଥଳେ ଆପଣ ଘରେ ଅମଲେଟ ପିଜ୍ଜା ତିଆରି ଖୁଆଇପାରିବେ। ଏହି ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ଆପଣଙ୍କ ପିଲାମାନେ ବେଶ ଆଗ୍ରହରେ ଖାଇଥାନ୍ତି। ଚାଲନ୍ତୁ ଜାଣିବା ଏହାର ରେସିପି।
କ’ଣ ଦରକାର
୪ଟି ଅଣ୍ଡା, ୧୦୦ ଗ୍ରାମ ପନୀର, ୫୦ ଗ୍ରାମ ମଶରୁମ, କ୨ ଛୋଟ ଚାମଚ ଅଲିଭ ଅଏଲ, ଅଧ ଚାମଚ ଓରିଗାନୋ, ଅଧ ଚାମଚ ଚିଲି ଫ୍ଲେକ୍ସ, ୨ରୁ ୩ଟି କଟା ଅଲିଭ, ସ୍ବାଦାନୁସାରେ ଲୁଣ, ସ୍ବାଦାନୁସାରେ ଗୋଲମରିଚ ଗୁଣ୍ଡ, ୨ଟି କଟା ପିଆଜ, ଆବଶ୍ୟକ ଅନୁସାରେ ଟମାଟୋ ସସ, ଆବଶ୍ୟକ ଅନୁସାରେ ପାସ୍ତା ସସ।
ପ୍ରସ୍ତୁତି ପ୍ରଣାଳୀ
ପ୍ୟାନରେ ବଡ଼ ଚାମଚ ତେଲ ଗରମ କରନ୍ତୁ। ଏଥିରେ ସବୁ ପରିବା ୫ ମିନିଟ ଯାଏ ଭାଜି ବାହାର କରନ୍ତୁ। ଏକ ପାତ୍ରରେ ଅଣ୍ଡା ଫେଣ୍ଟନ୍ତୁ। ଏବେ ଅଣ୍ଡାରେ ଓରିଗାନୋ, ଲୁଣ, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ ପକାଇ ଫେଣ୍ଟନ୍ତୁ। ପ୍ୟାନରେ ବଳକା ତେଲ ଗରମ କରି ଅଣ୍ଡା ମିଶ୍ରଣ ଢାଳି ଅମଲେଟ ଭଳି ଚାରିଆଡ଼କୁ ଖେଳାନ୍ତୁ। ଏହାକୁ ଦୁଇ ପାର୍ଶ୍ବରୁ ୨ରୁ ୩ ମିନିଟ ଯାଏ ସେକନ୍ତୁ। ଅମଲେଟ ଉପରେ ଟମାଟୋ ଓ ପାସ୍ତା ସସ ଲଗାନ୍ତୁ। ଏବେ ଉପରେ ଭଜା ପରିବା, ପନୀର ଓ ମସଲା ପକାନ୍ତୁ। ଅମଲେଟ ବ୍ରାଉନ ହେବା ଯାଏ ଗ୍ରୀଲ କରନ୍ତୁ। ଏହାକୁ ସର୍ଭିଂ ପ୍ଲେଟକୁ ବାହାର କରି ଗରମ ଗରମ ପରଷନ୍ତୁ।
