ହାତୀପଲଙ୍କ ଆକ୍ରମଣରେ ମହିଳା ମୃତ
ବାରିପଦା : ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀପଲଙ୍କ ଆତଙ୍କ । ହାତୀପଲଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ । ମୋରଡ଼ା ବ୍ଲକ ତଥା ମୋରଡ଼ା ତହସିଲ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ଖଡ଼ିକାଶୋଳ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ଖଡ଼ିକାଶୋଳ ଗ୍ରାମର ସାବିତ୍ରୀ ଦେହୁରୀ (୫୫)। ସେ ଝିଅ ଘରକୁ ଚାଲି ଚାଲି ଯାଉଥିବା ବେଳେ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ।
ସୂଚନା ଯେ, ପଡ଼ୋଶୀ ପଶ୍ଚିମବଙ୍ଗ ହୋଇ ରାସଗୋବିନ୍ଦପୁର ରେଞ୍ଜର ମୋରଡ଼ା ବ୍ଲକକୁ ଧୀରେଇଡ଼ିହି ବଡ଼ଶୋଳଠାରେ ଗତ ଗୁରୁବାର ଦିନ ପ୍ରବେଶ କରିଥିବା ୫୦ ଝାଡ଼ଖଣ୍ଡୀ ହାତୀପଲ ଆଜି ଖଡ଼ିକାଶୋଳରେ ଭୋର ସମୟରେ ପହଞ୍ଚିଥିବା ବେଳେ ଉକ୍ତ ହାତୀପଲର ଆକ୍ରମଣରେ ମହିଳାଙ୍କ ବିଭତ୍ସ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବନବିଭାଗ ଏବଂ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
