ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରକ୍, ଡ୍ରାଇଭର ଗୁରୁତର
ବାରିପଦା : ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ବାରିପଦା ସହର ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥରୁ ଏହି ଦୁର୍ଘଟଣା ସାମ୍ନାକୁ ଆସିଛି ।
ସୂଚନା ଯେ, ୧୮ନଂ ଜାତୀୟ ରାଜପଥର ଜୁବୁଲି ପେଟ୍ରୋଲ ପମ୍ପ୍ ସମ୍ମୁଖରେ ଗୋଟିଏ ମାଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିଛି । ଫଳରେ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଛନ୍ତି । ବାଲେଶ୍ବର-କଲିକତା ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲୁଥିବାରୁ ରାସ୍ତାର ଅବସ୍ଥା ବିପଜ୍ଜନକ ହୋଇପଡିଛି । ସେପଟେ ବାରମ୍ବାର ଏହି ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟିଚାଲିଛି । ତେବେ ଘଟଣାସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଆହତ ଟ୍ରକ୍ ଡ୍ରାଇଭରକୁ ପିଆରଏମ ମେଡିକାଲ ପଠାଯାଇଛି ।
