ଚିକେନ ଅକବରୀ
ଆବଶ୍ୟକ ସାମଗ୍ରୀ :
୫୦୦ ଗ୍ରାମ ଚିକେନ, ୨ଟି କଞ୍ଚା ଲଙ୍କା, ୧ ବଡ଼ ଚାମଚ ଅଦା ପେଷ୍ଟ, ଅଧ କପ ଦହି, ୧ ଛୋଟ ଚାମଚ ଲଙ୍କା ଗୁଣ୍ଡ, ଅଧ ଛୋଟ ଚାମଚ ଡାଳଚିନି, ୨ଟି ଲବଙ୍ଗ, ୫୦ ଗ୍ରାମ କାଜୁ, ୨ ବଡ଼ ଚାମଚ ସୋରିଷ ତେଲ, ୧କପ ଧନିଆ ପତ୍ର, ଅଧ କପ କଟା ପିଆଜ, ୧ ବଡ଼ ଚାମଚ ରସୁଣ ପେଷ୍ଟ, ଅଧ କପ ଟମାଟୋ, ଦେଢ଼ ଚାମଚ ଗରମ ମସଲା ପାଉଡର, ୧ ଛୋଟ ଚାମଚ ହଳଦୀ ଗୁଣ୍ଡ, ୨ଟି ଗୁଜରାତି, ୫୦ ଗ୍ରାମ ନଡ଼ିଆ, ୨ ଚାମଚ ଧନିଆ ପାଉଡର, ୨ ବଡ଼ ଚାମଚ ଘିଅ, ଆବଶ୍ଯକ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଚିକେନକୁ ତେଜପତ୍ର ପାଣିରେ ଧୋଇ ପାଣି ଛଡ଼ାଇ ନିଅନ୍ତୁ। ଏକ ପ୍ୟାନରେ ତେଲ ପକାନ୍ତୁ। ଡାଳଚିନି, ଗୁଜୁରାତି ଓ ଲବଙ୍ଗ ପକାଇ ତେଲରେ ୪୦ ସେକେଣ୍ଡ ଯାଏ ଭାଜନ୍ତୁ। ଲଙ୍କା, କଟା ପିଆଜ ପକାନ୍ତୁ। ଅଦାରସୁଣ ପେଷ୍ଟ ଓ କଟା ଟମାଟୋ ପକାନ୍ତୁ। ସମସ୍ତ ମସଲା ପକାଇ ଭଲ ଭାବେ ମିଶାଇ ଭାଜନ୍ତୁ। ଏବେ ଏଥିରେ ଚିକେନ ପକାଇ ରଙ୍ଗ ବଦଳିବା ଯାଏ ଭାଜନ୍ତୁ। ଦହି ପକାଇ ଢାଙ୍କୁଣୀ ବନ୍ଦ କରନ୍ତୁ। ଇତିମଧ୍ୟରେ କାଜୁକୁ ନଡ଼ିଆ ସହିତ ପେଷି ପେଷ୍ଟ ତିଆରି କରନ୍ତୁ। ଚିକେନରୁ ତେଲ ଅଲଗା ହେବା ପରେ ଏହି ପେଷ୍ଟ ଓ ଅଧ କପ ପାଣି ଚିକେନରେ ଦିଅନ୍ତୁ। ଏଥିରେ ଧନିଆ ପତ୍ର ପକାଇ ଢାଙ୍କୁଣୀ ଘୋଡ଼ାଇ ୫ ମିନିଟ ଯାଏ ସିଝାନ୍ତୁ। ଏବେ ଏହାକୁ ଗରମ ଗରମ ରୁଟି ସହିତ ପରଷନ୍ତୁ।
