ସନ୍ଦେଶ
ଆବଶ୍ୟକ :
୨ ଲିଟର କ୍ରିମ ମିଲ୍କ, ୨ ଟେବଲସ୍ପୁନ ଭିନେଗାର, ଦହି, ଲେମ୍ବୁ ରସ, ଏକ ଚତୁର୍ଥାଂଶ ଚାମଚ ଡାଳଚିନି ଗୁଣ୍ଡ, ଅଧ କପ ସୁଗାର ପାଉଡର, ସଜାଇବା ଲାଗି ବାଦାମ, ପିସ୍ତା ଓ ଚେରି।
ପ୍ରଣାଳୀ :
ଏକ ପ୍ୟାନରେ ୨ ଲିଟର କ୍ଷୀରରେ ଲେମ୍ବୁ ରସ, ଭିନେଗାର କିମ୍ବା ଦହି ପକାଇ ଭଲ ଭାବେ ଫୁଟାନ୍ତୁ। କ୍ଷୀର ପନୀର ଭଳି ହେବା ଯାଏ ଏହାକୁ ଫୁଟାନ୍ତୁ। ଏହାପରେ ଏହାକୁ ସଫା କପଡ଼ାରେ ଛାଣି ଥଣ୍ଡା ପାଣିରେ ପକାନ୍ତୁ। ଏହାକୁ ୩୦ ମିନିଟ ଯାଏ ସାଇଡ କରି ରଖନ୍ତୁ ଯେପରି ସବୁ ପାଣି ବାହାରିଯିବ। ଏବେ ଏକ ପାତ୍ରରେ ପନୀରକୁ ଭଲ ଭାବେ ଚକଟନ୍ତୁ। ଏଥିରେ ଅଧ କପ ପାଉଡର ଚିନି ପକାଇ ପୁଣିଥରେ ଚକଟନ୍ତୁ। ଏକ ପ୍ୟାନରେ ପନୀର ମିଶ୍ରଣ ଓ ଡାଳଚିନି ପକାଇ ୫ମିନିଟ ଯାଏ ଗୋଳାନ୍ତୁ। ଏହାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ। ଏଥିରୁ ଅଳ୍ପ ମିଶ୍ରଣ ହାତରେ ନେଇ ପେଡ଼ା ଆକାର ଦିଅନ୍ତୁ। ଏହିପରି ଭାବେ ସମସ୍ତ ପେଡ଼ା ତିଆରି କରନ୍ତୁ। ଏହାକୁ ଟ୍ରେରେ ରଖି ଚେରି, ପିସ୍ତା ଓ ବାଦାମରେ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସନ୍ଦେଶ। ଅତିଥିଙ୍କୁ ପରଷନ୍ତୁ।
