ଆଜି ଭାରତୀୟ ନୌସେନା ଦିବସ : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ଗୃହମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଭାରତୀୟ ନୌସେନା ଦିବସ । ଭାରତୀୟ ନୌସୈନିକଙ୍କ ବୀରତ୍ବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଏହି ଦିବସ ପାଳନ କରାଯାଏ । ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନୌସେନା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସାଗର ତଟବର୍ତ୍ତୀରେ ଥିବା ସୀମାବର୍ତ୍ତୀ ଅଞ୍ଚଳରେ ନୌସୈନ୍ୟମାନେ ଦିନରାତି ସଜାଗ ରହି ଦେଶକୁ ଶତ୍ରୁ ମୁଖରୁ ରକ୍ଷା କରିଥାନ୍ତି । ୧୯୭୧ ଡିସେମ୍ବର ୩ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଘୋମାଘୋଟ ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ କରିଥିଲା ଭାରତୀୟ ନୌସେନା । ସେବେଠାରୁ ନୌସେନା ଦିବସ ପାଳନ କରାଯାଉଛି ।
ଭାରତ-ପାକିସ୍ତାନ ନୌସେନା ମଧ୍ୟରେ ୧୯୭୧ ମସିହା ଡିସେମ୍ବର ୩ ତାରିଖ ରାତିରେ ଭୀଷଣ ଯୁଦ୍ଧ ହୋଇଥିଲା । ଏଥିରେ ଭାରତୀୟ ନୌସେନା ପାକିସ୍ତାନରେ ଘାଟିଗୁଡିକ ଉପରେ ଆକ୍ରମଣ କରିଥିଲା । ସେତେବେଳେ ନିର୍ଘାତ, ବୀର ଓ ନିପାତ ନାମକ ୩ଟି କ୍ଷେପଣାସ୍ତ୍ର ସମ୍ବଳିତ ଜାହାଜକୁ ଦ୍ରୁତ ବେଗରେ କରାଚୀ ବନ୍ଦର ଅଭିମୁଖେ ନେଇଥିଲା ଭାରତୀୟ ନୌସେନା । ସେଠାରେ ନୌଜାହାଜଗୁଡିକ ପହଞ୍ଚି ଧ୍ବଂସଲୀଳା ରଚାଇଥିଲା । ଶେଷରେ ପାକିସ୍ତାନ ନୌସେନା ଭାରତ ସମ୍ମୁଖରେ ଆତ୍ମ ସମର୍ପଣ କରିଥିଲା । ଏହାପରଠୁ ଭାରତୀୟ ନୌସେନାର ଏହି ବଡ ବିଜୟକୁ ମନେ ପକାଇବା ସହ ନୌସୈନିକଙ୍କ ବୀରତ୍ବକୁ ସଲାମ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯାଉଛି ।
Greetings on Navy Day. We are proud of the exemplary contributions of the Indian navy. Our navy is widely respected for its professionalism and outstanding courage. Our navy personnel have always been at the forefront of mitigating crisis situations like natural disasters. pic.twitter.com/Cc4XgbMYuz
— Narendra Modi (@narendramodi) December 4, 2021
ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି ଯେ, “ଆମର ସମସ୍ତ ବୀର ନୌସୈନ୍ୟବାହିନୀଙ୍କୁ ନୌସେନା ଦିବସର ଶୁଭେଚ୍ଛା । ଭାରତୀୟ ନୌସେନା ସେମାନଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇବା ସହ ଉନ୍ନତମାନର ପ୍ରଦର୍ଶନ କରିଥାନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ନୌସିକମାନେ ଆଗକୁ ଆସି ଦେଶର ସୁରକ୍ଷା କରିଥାନ୍ତି ।”
On this special day commemorating Indian Navy’s daring ‘Operation Trident’ during #1971War, my greetings and best wishes to all personnel of this outstanding force which continues to protect our National Interest through Maritime Security.#SwarnimVijayVarsh @indiannavy pic.twitter.com/bcbQG45svN
— Rajnath Singh (@rajnathsingh) December 4, 2021
ସେହିପରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ‘୧୯୭୧ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ସାହସିକତା ‘ଅପରେସନ୍ ଟ୍ରାଇଡେଣ୍ଟ୍’କୁ ସ୍ମରଣ କରେ ଏହି ଦିନ । ଏହି ଉଲ୍ଲେଖନୀୟ ଶକ୍ତିର ସମସ୍ତ କର୍ମକର୍ତ୍ତାଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା, ଯେଉଁମାନେ କି ସାମୁଦ୍ରିକ ସୁରକ୍ଷା ମାଧ୍ୟମରେ ଆମର ଜାତୀୟ ସ୍ୱାର୍ଥ ରକ୍ଷା କରିବାରେ ନିୟୋଜିତ ହୋଇଛନ୍ତି ।’
Greetings to our brave Indian Navy personnel and their families on the special occasion of #NavyDay.
— Amit Shah (@AmitShah) December 4, 2021
The nation is proud of our valorous Naval force for their commitment towards securing India's maritime interests and helping the countrymen during the civil emergencies.
ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ନୌସୈନ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ‘ଦେଶର ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ନିୟୋଜିତ ଥିବା ବୀର ନୌସୈନ୍ୟମାନଙ୍କ ପାଇଁ ଏ ଜାତି ସର୍ବଦା ଗର୍ବ ଅନୁଭବ କରିବ ।’
