ଆସନ୍ତାକାଲି ଭାରତ ଆସୁଛନ୍ତି ଋଷ ପ୍ରତିରକ୍ଷା ବ୍ୟାପାର ମନ୍ତ୍ରୀ ସର୍ଜେ ଲାଭ୍ରୋଭ
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ଆସୁଛନ୍ତି ଋଷ ପ୍ରତିରକ୍ଷା ବ୍ୟାପାର ମନ୍ତ୍ରୀ ସର୍ଜେ ଲାଭ୍ରୋଭ । ଭାରତ-ଋଷ ୨+୨ ମନ୍ତ୍ରୀସ୍ତରୀୟ ବୈଠକରେ ଭାଗନେବେ । ସେ ୨ ଦିନ ଭାରତ ଗସ୍ତରେ ରହିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ତେବେ ଲାଭ୍ରୋଭ ଡିସେମ୍ବଲର ୫ ଏବଂ ୬ ଭାରତ ଗସ୍ତରେ ରହିବେ । ଏହି ଗସ୍ତ ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିସହ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଭାରତ-ଋଷ ୨+୨ ମନ୍ତ୍ରୀସ୍ତରୀୟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ ।
