କରୋନା ସଂକ୍ରମଣ କମିଥିଲେ ବି ଢିଲା ହେବା ଉଚିତ ନୁହେଁ : ଡିଏମ୍ଇଟି
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଢିଲା ହେବା ଉଚିତ ନୁହେଁ । ସମସ୍ତେ ସତର୍କ ରହିବା ଉଚିତ ବୋଲି ଡିଏମଇଟି ଡା. ରମା ରମଣ ମହାନ୍ତି କହିଛନ୍ତି । ସେ କହିଛନ୍ତି, କୋଭିଡ୍ ନିୟମ ମାନିବା ଉଚିତ । ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ବଢିବାର ବିଭିନ୍ନ କାରଣ ହୋଇପାରେ । ସେ ଦୃଷ୍ଟିରୁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ବେଡ଼, ଚିକିତ୍ସା ସୁବିଧା ସହ ଅକ୍ସିଜେନ୍ ମହଜୁଦ ରଖିଛନ୍ତି । ଦୁଇରୁ ତିନି ଦିନ ହେଲା ସମୀକ୍ଷା କରାଯାଉଛି ।
ପୂର୍ବରୁ ଡେଲ୍ଟା ଭାଇରସ୍ ମୁକାବିଲା ନେଇ ଅଭିଜ୍ଞତା ଅଛି । ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ । ବର୍ତମାନ ସ୍ଥିତିରେ ଉନ୍ନତି ଆସୁଛି । କିନ୍ତୁ ଖାମଖିଆଲି ହେବା କଥା ନୁହେଁ । ଆଶ୍ୱସ୍ତିକର ରହିଛି ବର୍ତମାନର ସଂକ୍ରମଣ । କିନ୍ତୁ ସାବଧାନ ରହିବା ଉଚିତ । ତୃତୀୟ ଲହର ଆସିପାରେ । ସମ୍ଭାବ୍ୟ ଦୃଷ୍ଟିରୁ ସତର୍କ ରହିବା ଉଚିତ ଯାହା ଫଳରେ ପ୍ରତିହତ କରିପାରିବା ବୋଲି ଡିଏମଇଟି କହିଛନ୍ତି ।
