କେନାଲରେ ଭାସିଗଲେ ୨ ନାବାଳକ, ମୃତଦେହ ଉଦ୍ଧାର
କେନ୍ଦୁଝର : କେନ୍ଦୁଝର ଜିଲା ହାଟଡ଼ିହି ନିକଟରେ ଘଟିଛି ଏହି ଅଘଟଣ। କେନାଲରେ ଭାସି ଗଲେ ଦୁଇ ନାବାଳକ। ନିଖୋଜ ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ୧୦ମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀର।
ଆନନ୍ଦପୁର ଉପଖଣ୍ଡ ବିଦ୍ୟାଧରପୁର-ଶାଳନିଆ ମୁଖ୍ୟ କେନାଲର ପନ୍ଦାଡୋ ଠାରେ କେନାଲରେ ଗାଧୋଇବା ସମୟରେ ୨ ନାବାଳକ ଭାସିଯାଇଥିଲେ । ଖବର ପାଇ ହାଟଡିହି ଅଗ୍ନିଶ୍ରମ ବିଭାଗ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟଯରେ ଲାଗି ରହିଥିଲା । ନିଖୋଜ ୨ ଜଣଙ୍କ ମଧ୍ୟରୁ ଜଣକର ମୃତଦେହ ଅଗ୍ନିଶମ ବିଭାଗ ପ୍ରଥମେ ଉଦ୍ଧାର କରିଥିବା ବେଳେ ଅନ୍ୟ ନାବାଳକର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବାଳକ ପନ୍ଦାଡୋ ଗ୍ରାମର ପଦ୍ମନାଭ ଦାସଙ୍କ ପୁଅ ବବୁଲୁ ହୋଇଥିବା ଜଣା ପଡିଛି। ବବୁଲୁର ସହପାଠୀ ହିମାଂସୁ ରାଉତଙ୍କର ମଧ୍ୟ ମୃତଦେହ ମିଲିଛି । ସୂଚନା ଯେ, ଆଜି ୪ଜଣ ସାଙ୍ଗ ଏକାଠି ହୋଇ ଦିନ ପ୍ରାୟ ୧୧ଟା ସମୟରେ ହଦଗଡ଼-ଛେନାପଦୀ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା କାରଣରୁ ବବୁଲୁ ଓ ହିମାଂଶୁ କେନାଲରେ ଭାସିଯାଇଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ସେମାନଙ୍କୁ ଖୋଜାଖୋଜି କରୁଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯାଇପାରି ନଥିଲା।
