ଦାମୀ ମୋବାଇଲ୍ କିଣିବା ପାଇଁ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ
ବଲାଙ୍ଗିର : ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଥିଲା ପ୍ରେମ । ଆଉ ଏହାପରେ ଏହି ପ୍ରେମ ବିବାହରେ ପରିଣତ ହୋଇଥିଲା । ବାହାଘରର ପାଖାପାଖି ୩ ମାସ ପରେ ପତ୍ନୀଙ୍କୁ ୫୫ ବର୍ଷିୟ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାରେ ବିକ୍ରି କରିଦେଲା ଏହି ପ୍ରେମିକ ସ୍ୱାମୀ । ଖାଲି ଏତିକି ନୁହେଁ ପତି ଏହି ଟଙ୍କାରେ ଏକ ଦାମୀ ମୋବାଇଲ ଫୋନ୍ କିଣିଥିଲା । ଏହି ମାମଲାରେ ଏବେ ପୁଲିସ୍ ପୀଡ଼ିତାଙ୍କୁ ଉଦ୍ଧାର କରି ନେଇଛି । ଘଟଣାକ୍ରମରେ ପତି କିଶୋର ହିଁ ରହିଛି । ପୁଲିସ୍ ତାକୁ ବାଳ ସୁଧାର ଗୃହକୁ ପଠାଇ ଦେଇଛି ।
ଉଲ୍ଲେଖନୀୟ ଯେସ ଏହି ମାମଲାଟି ବଲାଙ୍ଗିର ଜିଲ୍ଲା ବେଡପଡା ଥାନା ଅଞ୍ଚଳରେ ଘଟିଛି । କିଛି ମାସ ପୂର୍ବେ ଏଠାରେ ୧୭ ବର୍ଷିୟ ଜଣେ ପିଲା ରାଜୁ (ଛଦ୍ମନାମ) ୨୪ ବର୍ଷିୟା ଯୁବତୀ ମିକି ( ଛଦ୍ମନାମ )ଙ୍କ ସହ ସୋସିଆଲ ମିଡ଼ିଆରେ ବନ୍ଧୁତା କରିଥିଲା । ଏହି ବନ୍ଧୁତାରୁ ଆରମ୍ଭ ହୋଇଥିଲା ପ୍ରେମ । ଉଭୟ ପରିବାର ଭିତରେ ସଂପର୍କ ଗଭୀର ହୋଇଥିଲା । ଆଉ ଏହାପରେ ଉଭୟ ବିବାହ କରିଥିଲେ । ବିବାହର କିଛି ଦିନ ପରେ ପତି ପତ୍ନୀ ଉଭୟ ରାୟପୁର ଯାଇ ଇଟା ଭାଟିରେ କାମ କରି ଚଳୁଥିଲେ । ଏହି ଭିତରେ ସେମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିନଥିଲା । ପୁଲିସ୍ ମୁତାବିକ କିଛି ଦିନ ପୂର୍ବେ ରାଜୁ ରାଜସ୍ଥାନ ଯାଇ ୫୫ ବର୍ଷିୟ ଜଣେ ବୟସ୍କ ବ୍ୟକ୍ତିଙ୍କୁ ନିଜର ପତ୍ନୀଙ୍କୁ ୧ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲା । ଟଙ୍କା ନେଇ ଫେରି ଆସିଥିଲା ।
ପୁଲିସ୍ ମୁତାବକ , ରାଜୁ କିଛି ଅର୍ଥ ଖାଇବାରେ ଖର୍ଚ୍ଚ କରିଥିଲା , ଆଉ ବାକିରେ ଏକ ଦାମୀ ମୋବାଇଲ କିଣି ଥିଲା । ଖାଲି ଏତିକି ନୁହେଁ ସେ ସ୍ତ୍ରୀ ମିକିର ଘର ଲୋକଙ୍କୁ କହିଥିଲା କି ତାର ସ୍ତ୍ରୀ ଆଉ କାହା ସହ ଫେରାର ହୋଇ ଯାଇଛି । ହେଲେ ଝିଅ ଘରଲୋକ ତାର କଥାକୁ ବିଶ୍ୱାସ କରି ନଥିଲେ । ସେ ଓଡ଼ିଶାର ବେଲପଡା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍ ମାମଲାର ଯାଞ୍ଚ ଆରମ୍ଭ କରିଦେଇ ଥିଲା । ପ୍ରାରମ୍ଭିକ ଯାଞ୍ଚରେ ପୁଲିସ୍ରୁ ପତିର ଚାଲିଚଳନ ଓ ତାର ମୋବାଇଲ କଲ୍ ଡିଟେଲ୍ରେ ସନ୍ଦେହ ଆସିଥିଲା । ଏହାପରେ ମାମଲା ଉପରୁ ପୁଲିସ୍ ପର୍ଦ୍ଦା ଉଠାଇ ଥିଲା । ପୁଲିସ୍ ମହିଳାଙ୍କୁ ରାଜସ୍ଥାନରୁ ଉଦ୍ଧାର କରିଥିଲା । କୋର୍ଟରେ ମିକି କହିଥିଲେ କି ତାଙ୍କର ପତି ଟଙ୍କା ଲୋଭରେ ତାଙ୍କୁ ଆଉ କାହାକୁ ବିକ୍ରି କରିଦେଇ ଥିଲେ । କୋର୍ଟଙ୍କ ଆଦେଶରେ ତାଙ୍କୁ ନିଜ ଘରଲୋକଙ୍କ ପାଖକୁ ପଠାଇ ଦିଆଯାଇ ଥିଲା । ଆଉ ଅଭିଯୁକ୍ତ ପତି ରାଜୁକୁ ବାଳ ସୁଧାର ଗୃହକୁ ପଠାଇ ଦିଆଗଲା ।
