ରେଳବାହୀ ପିଏସ୍ସି କମିଟି ଓ ଏଡିଆର୍ଏମ୍ଙ୍କ ବାଲେଶ୍ୱର ଗସ୍ତ
ବାଲେଶ୍ୱର : ରେଳବାଇ ଯାତ୍ରୀ ସେବା ଓ ସୁବିଧା କମିଟିର ୪ ଜଣ ସଦସ୍ୟ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ ଶିବରାଜ ଗାନ୍ଧେ (କର୍ଣ୍ଣାଟକ), ଜେ. ନାଗମଣି (ମହାରାଷ୍ଟ୍ର) ଓ ବେବି ଚୂନକି (ବିହାର) ସୋମବାର ବାଲେଶ୍ୱର ଷ୍ଟେସନ ପରିଦର୍ଶନ ନିମନ୍ତେ ଆସିଥିଲେ । କମିଟିର ଗସ୍ତ ସମୟରେ ରେଳବାଇର ଅତିରିକ୍ତ ଡିଭିଜନାଲ ମ୍ୟାନେଜେର ଗିରିଶ କୁମାର ଉପସ୍ଥିତ ଥିଲେ ।
ଏହି ଅବସରରେ ଭାଜପା ବାଲେଶ୍ୱର ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ କମିଟିର ସଦସ୍ୟ ଓ ଏଡ଼ିଆରଏମ୍ଙ୍କୁ ସାକ୍ଷାତ କରି ଜିଲାରେ ରେଳବାଇର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ନୂତନ ପ୍ରକଳ୍ପ, ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ । ଯଥା ବାଲେଶ୍ୱର ରେଳ ଷ୍ଟେସନରେ ପ୍ରସ୍ତାବିତ ନୂତନ ଷ୍ଟେସନ ଗୃହ ନିର୍ମାଣ, ରେଳ ଡେଭେଲପମେଣ୍ଟ ଦ୍ୱାରା ପ୍ରସ୍ତାବିତ ବ୍ୟବସାୟିକ ଗୃହ (କମର୍ସିଆଲ କମ୍ପେ୍ଲକ୍ସ) ନିର୍ମାଣ, ଶୋଭାରାମପୁର ଠାରୁ ଆନନ୍ଦ ବଜାର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ, ଷ୍ଟେସନର ସୌନ୍ଦର୍ଯ୍ୟକରଣ, ଶୋଭାରାମପୁର ଏବଂ ଅଙ୍ଗାରଗଡ଼ିଆ ରେଳ ଓଭରବ୍ରିଜର ଶୀଘ୍ର କାର୍ଯ୍ୟ ସମାପ୍ତି, ବାମପଦା ଠାରେ ଥିବା ଲେଭେଲ କ୍ରସିଂର ନିର୍ମାଣ ଓ ଅମର୍ଦ୍ଦା ରୋଡ଼ ଠାରେ ଉଡ଼ନ୍ତା ପୋଲ, ବସ୍ତାରେ ଦୁଇ ଗୋଟି ଉଡ଼ନ୍ତା ପୋଲ, ଜଳେଶ୍ୱର ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ମାର୍କୋଣା ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ସୋରରେ ନୂତନ ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ଜଳେଶ୍ୱରରେ ନୂତନ ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ଲକ୍ଷଣନାଥ ଠାରୁ ରାଣୀତାଲ ପର୍ଯ୍ୟନ୍ତ ତୃତୀୟ ଲାଇନ୍ର କାର୍ଯ୍ୟ ଖୁବ୍ଶୀଘ୍ର ସାରିବା ପାଇଁ ଆଲୋଚନା ହୋଇଥିଲା ଓ ହାଉଡ଼ାରୁ ପୁରୀ ପର୍ଯ୍ୟନ୍ତ ଏକ ଡବଲ ଡ଼େକର ଟ୍ରେନ, ରେଳବାଇ ଇନ୍ଷ୍ଟିଚ୍ୟୁଟ୍ ବର୍ତ୍ତମାନ ବନ୍ଦ ଅବସ୍ଥାରେ ଅଛି ତାହାର ପୁନଃ ଆରମ୍ଭ, ଷ୍ଟେସନ ପରିସରରେ ବନ୍ଦ ଥିବା କେଣ୍ଟିନ ବ୍ୟବସ୍ଥା ଆରମ୍ଭ କରିବା, ଉତ୍କଳ ଏକ୍ସପ୍ରେସ ଜଳେଶ୍ୱର ଷ୍ଟେସନରେ ରହଣି ବ୍ୟବସ୍ଥା ଆଦି ଆଲୋଚନା ହୋଇଥିଲା । ଆଗାମୀ କିଛି ଦିନ ଭିତରେ ରେଳମନ୍ତ୍ରୀଙ୍କର ବାଲେଶ୍ୱର ଗସ୍ତ ଥିବାରୁ ଏ ପ୍ରକାର ଆଲୋଚନା ବହୁତ ଗୁରୁତ୍ୱପୂର୍ଣ୍ଣ ଓ ସକାରାତ୍ମକ ଫଳାଫଳ ମିଳିବ ବୋଲି ଆଶା କରାଯାଉଛି । ଜିଲା ପ୍ରତିନିଧି ଦଳରେ ପୂର୍ବତନ ଜିଲା ସଭାପତି ଲମ୍ବୋଧର ନାୟକ, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ରେମୁଣା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲା ଉପସଭାପତି କମାଲ ଲୋଚନ ଦାସ, ଉପସଭାପତି କମଳା ବିନ୍ଧାଣି, ସମ୍ପାଦକ ଆଶିଷ ଘୋଷ, ସମ୍ପାଦିକା ପିଙ୍କି ପ୍ରଧାନ, ସଂଯୁକ୍ତା ମହାପାତ୍ର, ସସ୍ମିତା ଚାନ୍ଦ, ଏସ୍ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ ସେଠି, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଯୁବ ମୋର୍ଚ୍ଚା ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା, ସାଂସଦଙ୍କ ସଦର ବ୍ଲକ ପ୍ରତିନିଧି ସୁଶାନ୍ତ ବେରା, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅଭିପ୍ଶା ନାୟକ, ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷ ଦମୟନ୍ତୀ ବାଗ, ନଗର ସଭାପତି ଚିତ୍ତ ରଞ୍ଜନ ପଣ୍ଡା, ମହିଳା ମୋର୍ଚ୍ଚା ନଗର ସଭାପତି ଶୁଶ୍ମିତା ପଣ୍ଡା, ମହିଳା ମୋର୍ଚ୍ଚା ତରୁଲତା, ସାବିତ୍ରୀ ପାଣିଗ୍ରାହୀ, ସଂଯୁକ୍ତ ମହାପାତ୍ର, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସ୍ୱାଧୀନ ପଣ୍ଡା, ଯୁବମୋର୍ଚ୍ଚାର କୋଷାଧ୍ୟକ୍ଷ ସୁରଝଙ୍କାର ସେଠି, ଯୁବ ମୋର୍ଚ୍ଚା ମିଡ଼ିଆ ସଂଯୋଜକ ଶୋଭାକର ସାହୁ, ବିଜୟ କୁମାର ସାହୁ, ନାରାୟଣ ମାହାନ୍ତ, ଦୀପକ ସାହୁ, ରାଜେଶ ବେହେରା, ଦିବ୍ୟ ରଞ୍ଜନ ମହାନ୍ତି ଓ ରଶ୍ମି ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
