ବୁର୍ଲା ସାଇଫନକୁ ଡେଇଁଲେ ମହିଳା, ହସ୍ପିଟାଲରେ ଭର୍ତ୍ତି
ସମ୍ବଲପୁର : ସମ୍ବଲପୁର ବୁର୍ଲା ସାଇଫନକୁ ଡେଇଁଲେ ମହିଳା । ଖବରପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ମିଶି ମହିଳାଙ୍କୁ ଉଦ୍ଧାର କରିଛନ୍ତି । ତେବେ ମହିଳାଙ୍କ ପରିଚୟ ମିଳିନାହିଁ ।
ସଠିକ୍ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚିବାରୁ ମହିଳା ଜଣଙ୍କ ଉଦ୍ଧାର ହୋଇ ପାରିଛନ୍ତି । ତେବେ ମହିଳା ଜଣଙ୍କ କାହିଁକି ତଳକୁ ଡେଇଁଲେ ସେନେଇ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ମହିଳାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଯାଇଥିବା ଜଣାପଡିଛି ।
