ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓ୍ୱେବସାଇଟ୍ ହ୍ୟାକ୍
ସମ୍ବଲପୁର : ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଓ୍ୱେବସାଇଟ୍ ହ୍ୟାକ୍ । ବିଶ୍ୱବିଦ୍ୟାଳୟର ଗ୍ରିଭାନ୍ସ ୱେବସାଇଟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ପାକିସ୍ତାନୀ ହ୍ୟାକରଙ୍କ ଦ୍ଵାରା ସମ୍ବଲପୁର ବିଶ୍ଵବିଦ୍ୟାଳୟର ଗ୍ରୀଭାନ୍ସ ୱେବସାଇଟ୍ ହ୍ୟାକ୍ ହୋଇଥିବା ସୂଚନା ମିଳିଛି । ୱେବସାଇଟ୍ ଖୋଲିଲେ ସେଥିରେ ହ୍ୟାକ ବାଏ ଡେଭିଲ କିଲର ଲେଖାଯାଇଛି। ଏହା ସହ ସବା ତଳେ ଅଲ୍ ପାକିସ୍ତାନୀ ବୋଲି ମଧ୍ୟ ଲେଖାଯାଇଛି। ହ୍ୟାକ୍ ହୋଇଥିବା ଏହି ୱେବସାଇଟରେ ବିଶ୍ୱବିଦ୍ୟାଳୟର ସବୁ ଛାତ୍ରଛାତ୍ରୀଙ୍କ ବିସ୍ତୃତ ତଥ୍ୟ ଥାଏ । ନୋଟିସ୍, ପରୀକ୍ଷା ଓ ରେଜଲ୍ଟ ସମ୍ପର୍କୀୟ ତଥ୍ୟ ମଧ୍ୟ ରହିଥିବାରୁ ସେସବୁ ତଥ୍ୟ ଚୋରି ହେବା ଆଶଙ୍କା ପ୍ରକାଶ ପାଇଛି । ଗୋଟିଏ ପଟେ ସନ୍ଧ୍ୟାରେ ଭାରତ-ପାକିସ୍ତାନ ମ୍ୟାଚ୍ ଥିବା ବେଳେ ଅନ୍ୟପଟେ ପାକିସ୍ତାନ ଦ୍ୱାରା ୱେବସାଇଟ୍ ହ୍ୟାକ୍ ଅଭିଯୋଗ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ସମ୍ବଲପୁର ବିଶ୍ବବିଦ୍ଯାଳୟର grievance.suniv.ac.in ଓ୍ବେବସାଇଟକୁ କେହି ଜଣେ ହ୍ୟାକର ହ୍ୟାକ୍ କରଥିବା ଜଣାପଡିଛି | ସେଥିରେ ହ୍ୟାକ୍ ଡେଭିଲ କିଲର ଲେଖାଯାଇଛି । ଏହା ସହ ସବା ତଳେ ଅଲ ପାକିସ୍ତାନୀ ବୋଲି ମଧ୍ୟ ଲେଖାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଓ୍ବେବସାଇଟ ସେମିତି ଅବସ୍ଥାରେ ରହିଥିବାବେଳେ ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ମିଳୁନି । ରବିବାର ଭାରତ ପାକିସ୍ତାନ ମ୍ୟାଚ୍ ରହିଥିବାବେଳେ ଗୋଟିଏ ଦିନ ପୂର୍ବରୁ ଏଭଳି କାଣ୍ଡ ସମସ୍ତଙ୍କୁ ଚକିତ କରିଛି ।
