ହାତୀ ଆକ୍ରମଣରେ କକା-ପୁତୁରା ମୃତ
ସମ୍ବଲପୁର : ସମ୍ବଲପୁର ଜିଲା ରେଢାଖୋଲ ଅଞ୍ଚଳରେ ୨ ଜଣଙ୍କୁ ହାତୀ ଦଳି ଦେଇଥିବା ସୂଚନା ମିଳିଛି । ଡିମିରିକୁଦା ନିଜ ଗାଁରୁ ସାଇକେଲରେ କକା-ପୁତୁରା ଆସିଥିଲେ । ସେମାନେ ଗାଁରୁ ଏକ ସାଇକେଲରେ କେଉଁଆଡେ ଯାଉଥିଲେ । ତେବେ ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରେ ସେମାନେ ହାତୀ ହାବୁଡରେ ପଡି ଯାଇଥିଲେ । ହାତୀ ଉଭୟଙ୍କୁ ଟାଣି ଆଣିବା ସହ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି ।
