ନଦୀ କୂଳରେ ଭାସୁଛି ଅଜଣା ଶିଶୁ ପୁତ୍ରର ମୃତଦେହ
ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଗ୍ରାମପଞ୍ଚାୟତର ଯୋଗଡ଼ିଆ ଗ୍ରାମର ୪ ନମ୍ବର ୱାର୍ଡ଼କୁ ଲାଗିଥିବା ସୁବର୍ଣ୍ଣରେଖା ନଦୀକୂଳରେ ରବିବାର ଅଜଣା ମୃତ ଶିଶୁ ପୁତ୍ରର ଭାସୁଥିବାର ଦେଖିବାକୁ ମିଳିଛି । ମୃତ ଶିଶୁ ପୁତ୍ର ପରିଚୟ ମିଳିନାହିଁ । ମୃତ ଶିଶୁ ପୁତ୍ରର ବୟସ ପ୍ରାୟ ୨/୩ ବର୍ଷର ହେବ ବୋଲି ଅନୁମାନ କରାଯାଉଛି ।
ସୂଚନାରୁ ଯେ, ରବିବାର ମଧ୍ୟାହ୍ନ ସମୟରେ ଲୋକମାନେ ନଦୀକୁ ଗାଧେଇବା ପାଇଁ ଯାଇ ଶିଶୁ ପୁତ୍ରଟି ନଦୀ କୂଳରେ ଭାସୁଥିବାର ଦେଖିବାକୁ ପାଇଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ ନଥିଲା କିମ୍ବା ତାର ପରିଚୟ ମିଳିପାରି ନଥିବାର ସୂଚନା ମିଳିଛି ।
