ବିଧାୟକଙ୍କ ଗାଡିକୁ ବୋମା ମାଡ, ଥାନାରେ ମାମଲା
କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ମାଣ୍ଡୁଆ ଅରଡେଇ ନଦୀ ନିକଟରେ ବିଧାୟକ ମୋହନ ଚରଣ ମାଝିଙ୍କ ଗାଡିକୁ ବୋମାମଡ । ଦୁଇ ଜଣ ଦୁର୍ବୃତ୍ତ ଏକ ମୋଟର ସାଇକଲରେ ଆସି ବୋମାମାଡ କରି ଫେରାର୍ ହୋଇଯାଇଛନ୍ତି ।
ବିଧାୟକ ଏକ ମିଟିଂରୁ ଘରକୁ ଫେରୁଥିବା ବେଳେ ୨ଟି ବାଇକରେ ଦୁର୍ବୃତ୍ତମାନେ ଆସି ୨ଟି ବୋମା ପକାଇଥିଲେ । ପ୍ରଥମେ ଜଣେ ହାତରେ ଦୁଇଟି ବମ ଧରି ଗାଡ଼ି ସମୁଖକୁ ହଠାତ ଆସି ଗାଡ଼ି ଉପରକୁ ଗୋଟିଏ ବୋମା ଫିଙ୍ଗିଥିଲା ।ପରେ ଅଙ୍ଗରଖି ଓ ଡ୍ରାଇଭର ଗାଡିରୁ ଓହ୍ଲାଇ ବାରୁ ପୁଣିଥରେ ଅନ୍ୟ ଏକ ବୋମା ବିଧାୟକଙ୍କ ଗାଡ଼ି ଉପରକୁ ଫୋପାଡ଼ି ଦ୍ରୁତ ଗତିରେ ନରଣପୁର ରେଲୱେ ଷ୍ଟେସନ ଆଡ଼େ ପଳାଇ ଯାଇଥିଲେ । ବିଧାୟକଙ୍କ ଗାଡ଼ି ତାଙ୍କୁ ପିଛା କରିଥିଲେ ସୁଧା ଅଣଓସାରିଆ ରାସ୍ତାର ସୁଯୋଗ ନେଇ ସେମାନେ ଖସି ଯିବାରେ ସଫଳ ହୋଇଥିଲେ । ଏହାପରେ ବିଧାୟକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଦୁର୍ବୁତ କୁ ଧରିବାକୁ ଚେଷ୍ଟା ଜାରି ରଖିଛି । ଏହି ବୋମା ମାଡ଼ରେ ବିଧାୟକଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ତେବେ ବିଧାୟକ ଶ୍ରୀ ମାଝି ସୁରକ୍ଷିତ ଥିବା ଜଣାଯାଇଛି ।
