ଖାଦ୍ୟପେୟରେ ଅବହେଳା ଯୋଗୁଁ ସ୍ୱାସ୍ଥ୍ୟବସ୍ଥା ଖରାପ ସହ ଗମ୍ଭୀର ରୋଗରେ ଆକ୍ରାନ୍ତ ହେଉଛନ୍ତି କି ! କ୍ଷୀରରେ ଏହି ଜିନିଷ ମିଶାଇ ପିଅନ୍ତୁ ଅନେକ ରୋଗରୁ ମିଳିବ ମୁକ୍ତି
କରୋନା ସଙ୍କଟ ଯୋଗୁଁ ଦେଶରେ ଲାଗିଥିବା ଲକଡାଉନ କାରଣରୁ ଲୋକେ ଏତେ ପରିମାଣରେ ଚିନ୍ତାରେ ଅଛନ୍ତି ଯେ ନିଜର ଖାଦ୍ୟପେୟର ସଠିକ ଯତ୍ନ ନେଇ ପାରୁନାହାଁନ୍ତି । ଏହି କାରଣରୁ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି ଏବଂ ଲୋକେ ଗମ୍ଭୀରରୁ ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇଯାଉଛନ୍ତି । ଗମ୍ଭୀରରୁ ଗମ୍ଭୀର ରୋଗରୁ ମୁକ୍ତି ପାଇବା ପାଇଁ ନିଜ ଖାଦ୍ୟପେୟର ସଠିକ ଧ୍ୟାନ ରଖିବା ଉଚିତ । ସ୍ୱାସ୍ଥ୍ୟବାନ ରହିବା ପାଇଁ କ୍ଷୀର ପିଇବା ନିହାତି ଆବଶ୍ୟକ ଅଟେ କିନ୍ତୁ କ୍ଷୀରରେ ଅଳେଇଚ ମିଶାଇ ପିଇବା ଦ୍ୱାରା ଅନେକ ରୋଗରୁ ଆପଣ ମୁକ୍ତି ପାଇପାରିବେ । ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଅଳେଇଚ ମିଶା କ୍ଷୀର ପିଇବା ଦ୍ୱାରା କଣ ସବୁ ଲାଭ ହୋଇଥାଏ ସେହି ବିଷୟରେ ଅବଗତ କରାଇବୁ ।
ହାଡ଼ ଶକ୍ତ ହୋଇଥାଏ :
ଖୀର ପିଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ । ଖୀରରେ କ୍ୟାଲସିୟମର ମାତ୍ରା ଭରପୁର ରହିଥାଏ ଯାହା ହାଡ଼ ଶକ୍ତ କରିବାରେ ସହାୟକ ହୋଇଥାଏ । ଅଳେଇଚରେ ମଧ୍ୟ କ୍ୟାଲସିୟମ ରହିଛି । ଅଳେଇଚ ଖୀରରେ ମିଶାଇ ପିଇବା ଦ୍ୱାରା ଆପଣଙ୍କୁ ଲାଭ ଦୁଇଗୁଣ ହୋଇଯାଇଥାଏ । ଏହି କାରଣରୁ ବୃଦ୍ଧ ବ୍ୟକ୍ତିଙ୍କୁ ବିଶେଷ ରୂପରେ ଖୀରରେ ଅଳେଇଚ ମିଶାଇ ପିଇବା ଉଚିତ ।
ପାଚନ ଶକ୍ତି ସୁଦୃଢ଼ ହୋଇଥାଏ :
ଫାଇବରର ଏକ ଭଲ ପରିମାଣ ଅଳେଇଚ ଏବଂ ଖୀରରେ ରହିଛି । ପାଚନ କ୍ରିୟା ସୁଦୃଢ଼ କରିବା ପାଇଁ ଫାଇବର ଭଲ ଭୂମିକା ଗ୍ରହଣ କରିଥାଏ । ଯେଉଁ ଲୋକଙ୍କ ପାଚନ କ୍ରିୟା ସୁଦୃଢ଼ ନୁହେଁ ସେହି ଲୋକମାନେ ଖୀର ସହ ଅଳେଇଚ ମିଶାଇ ପିଇବା ଦ୍ୱାରା ଭୋଜନ ସଠିକ ରୂପରେ ହଜମ ହୋଇଥାଏ । ଏହି ଉପାୟ ଅବଲମ୍ବନ କରିବା ଫଳରେ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
ପାଟି ଘା’ ହୋଇଥାଏ ଭଲ :
ଅନେକ ଲୋକ ମୁହଁରେ ଘା’ ହେବା କାରଣରୁ ଚିନ୍ତିତ ରୁହଁନ୍ତି । ଏହି ସମସ୍ୟା ପେଟ ଠିକ ରୂପରେ ସଫା ନହେଲେ ହୋଇଥାଏ । ଅଳେଇଚରେ ଏହିପରି ଏକ ବିଶେଷ ଗୁଣ ରହିଛି ଯାହା ପେଟ ସଫା କରିବାରେ ସହାୟକ ହୋଇଥାଏ । ଅଳେଇଚ ପାଟି ଘା’ ମଧ୍ୟ ଭଲ କରିଥାଏ । ଅଳେଇଚ ମିଶ୍ରିତ ଖୀର ପିଇବା ଦ୍ୱାରା ମୁଖରେ ହୋଇଥିବା ଘା’ ଭଲ ହୋଇଥାଏ ।
ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ :
ରକ୍ତଚାପକୁ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ ଅଟେ । ଉଚ୍ଚ ରକ୍ତଚାପର ରୋଗୀଙ୍କୁ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ରହିଥାଏ । ଉଚ୍ଚ ରକ୍ତଚାପ କାରଣରୁ ହୃଦୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଇଥାଏ ଯେପରି ଷ୍ଟ୍ରୋକ ଏବଂ ହୃଦଘାତ । ଏହି ସବୁ ଆଶଙ୍କାରୁ ବର୍ତ୍ତିବା ପାଇଁ ଅଳେଇଚ ମିଶ୍ରିତ ଖୀର ପିଇବା ନିହାତି ଆବଶ୍ୟକ ଅଟେ । ମ୍ୟାଗ୍ନେସିୟମ ପ୍ରଚୁର ମାତ୍ରାରେ ଖୀର ଏବଂ ଅଳେଇଚରେ ରହିଥାଏ । ମ୍ୟାଗ୍ନେସିୟମ ଏହିପରି ଏକ ପୋଷାକ ତତ୍ତ୍ୱ ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଯାହାଫଳରେ ଶରୀର ସୁଚାରୁ ରୂପରେ କାର୍ଯ୍ୟ କରିଥାଏ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବରଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।
