ଅଭାବନୀୟ ଘଟଣା : ମୋବାଇଲ୍ ବ୍ୟବହାର କରିବାକୁ ନ ଦେବାରୁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ
ହାଇଦ୍ରାବାଦ : ଦେଶରେ ଏବେ ମୋବାଇଲ୍ ବ୍ୟବହାରକୁ ନେଇ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି । ମହାମାରୀ କରୋନା ଯୋଗୁଁ ଅନଲାଇନ କ୍ଲାସ୍ ନିମନ୍ତେ ପିଲାଙ୍କ ପାଇଁ ଅଭିଭାବକ ମାନେ ଆଣି ଦେଉଛନ୍ତି । ମାତ୍ର ପିଲାମାନେ ମୋବାଇଲ୍ ରେ ପାଠ ପଢା ସହ ଅଧିକ ସମୟ ମୋବାଇଲ ବ୍ୟବହୃତ କରୁଛନ୍ତି । ଫଳରେ ଏହାକୁ ନେଇ ପରିବାର ଲୋକେ ରୋକଠୋକ କଲେ ଆତ୍ମହତ୍ୟା ଆପଣାଉଛନ୍ତି । ଏହିଭଳି ଏକ ଘଟଣା ହାଇଦ୍ରାବାଦ ମିଆପୁରରୁ ଏକ ମର୍ମାହତ ଖବର ସାମ୍ନାକୁ ଆସିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ଛାତ୍ରୀଙ୍କର ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । କିଶରା ସ୍ଥିତ ଏକ ସରକାରୀ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ମିଆପୁର ହନିଫ୍ କଲୋନୀରେ ନିଜ ପିତାମାତାଙ୍କ ସହ ରହୁଥିଲେ ।
ସୂଚନା ଯେ, ଅନଲାଇନ୍ କ୍ଲାସ୍ ସମୟ ବ୍ୟତୀତ ଘରେ ଅଧିକ ସମୟ ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ତାଙ୍କ ପିତାଙ୍କ ସହ ଯୁକ୍ତିତର୍କ ହୋଇଥିଲା । ତାଙ୍କ ବାପା ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ନାବାଳିକା ମଙ୍ଗଳବାର ଦିନ ନିଜର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଓସମାନିଆ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମିଆପୁର ପୋଲିସ ମାମଲାର ତଦନ୍ତ କରୁଛି ।
