ଭାଲୁର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଅଧିନ ଧୋବଶିଳା ବିଟ୍ ହାଉସ ଅର୍ନ୍ତଗତ କଣ୍ଟାବଣିଆ ଗ୍ରାମ ମୁଣ୍ଡରେ ଲାଗିଥିବା ଜଙ୍ଗଲରେ ଏକ ଅଣ୍ଡିରା ମୃତ ଭାଲୁ ପଡ଼ିଥିବାର ଦେଖି ଗାଁ ଲୋକ ନୀଳଗିରି ରେଞ୍ଜରକୁ ଖବର ଦେଇଥିଲେ । ରେଞ୍ଜନ ମନୱାର ଖାଁ ଙ୍କ ନିର୍ଦ୍ଦେଶରେ ଧୋବଶିଳା ବିଯ୍ ହାଉସ ଫରେଷ୍ଟର ଦେବରାଜ ରାଉତ ଙ୍କ ସମେତ ଗାର୍ଡ ଓ ସବୁଜବାହିନୀ ଘଟଣାସ୍ଥଳରେ ପହଞ୍ôଚ ମୃତ ଭାଲୁଟିକୁ ଉଦ୍ଧାର କରିଥିଲେ । ମୃତ ଭାଲୁ ର ବୟସ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ମୃତଭାଲୁଟିକୁ ଅଯୋଧ୍ୟା ପ୍ରାଣୀ ଚିକିତ୍ସକ ଡକାଇ ଶବଟିକୁ ବ୍ୟବଚ୍ଛେଦ ପରେ ସଜନାଗଡ଼ ନର୍ସରୀରେ ମୃତ ଭାଲୁଟିକୁ ପୋତି ଦିଆଯାଇଥିବା ଜଣାପଡ଼ିଛି । ରିପୋର୍ଟ ଆସିଲା ପରେ ଭାଲୁର ମୃତ୍ୟୁ ର ଅସଲ କାରଣ ଜଣାପଡ଼ିବ ବୋଲି ରେଞ୍ଜ ଅଫିସର ମନୱାର ଖାଁ କହିଛନ୍ତି । ଏ ବାବଦରେ ବନ ବିଭାଗ ପକ୍ଷରୁ ୧୧/୨୦୨୧-୨୨ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।
