କ୍ରିମି ପନିର୍
ସାମଗ୍ରୀ :
ପନିର, ତେଲ, ଲୁଣ, ଗୋଲମରିଚ, ଲବଙ୍ଗ, ଡାଲଚିନି, ଜିରା, ପିଆଜ, ରସୁଣ, ଅଦା, ଦହି, ଫ୍ରେଶ କ୍ରୀମ, ଧନିଆ ପତ୍ର, କସ୍ତୁରୀ ମେଥି, କାଜୁ, ଲଙ୍କା ପାଉଡର ।
ପ୍ରଣାଳୀ :
ପ୍ରଥମେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଲମରିଚ, ଡାଲଚିନି, ଲବଙ୍ଗ,ଜିରା ପକାଇ ଫୁଟାଇବେ । ଏହା ଫୁଟିବା ପରେ ସେଥିରେ କଟା ପିଆଜ, କାଜୁ ପକାଇ ଭାଜିବେ । ପିଆଜ ଓ କାଜୁ ଭାଜି ହେବାପରେ ସେଥିରେ ଅଦା,ରସୁଣ ଛେଚା ପକାଇ କଷିବେ । ମସଲା କଷିହେବା ପରେ ସେଥିରେ ଲୁଣ, ଲଙ୍କା ପାଉଡର ଓ ଅଳ୍ପ ପାଣି ଢାଳି ଫୁଟିବାକୁ ଛାଡିବେ । ଏହା ଫୁଟିବା ପରେ ଗ୍ୟାସ୍ ବନ୍ଦ କରି ଏହି ମସଲାକୁ ଥଣ୍ଡା ହେବାକୁ ଛାଡିବେ । ଏହାପରେ ଏହି ମସଲାକୁ ନେଇ ଗ୍ରାଇଣ୍ଡିଂ କରିବେ । ଗ୍ରାଇଣ୍ଡିଂ କରିବା ପରେ ଏକ ଜାଲି ସାହାଯ୍ୟରେ ଏହାକୁ ଛାଣି ତାର ଖଦଡ ଅଂଶକୁ ଫୋପାଡିବେ । ତାପରେ ପୁଣି ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗ୍ରାଇଣ୍ଡିଂ କରିଥିବା ମସଲା ପକାଇ ଫୁଟିବାକୁ ଛାଡିବେ । ମସଲା ଫୁଟି ଆସିଲେ, ସେଥିରେ ଦହି, ଫ୍ରେଶ କ୍ରୀମ୍ ପକାଇ ମିକ୍ସ କରିବେ । ତାପରେ ସେଥିରେ କଟା କଂଚା ପନିର ପକାଇ ଗୋଳାଇବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଫୁଟିବାକୁ ଛାଡିବେ । ତାପରେ ସେଥିରେ କଟା ଧନିଆ ପତ୍ର, କସ୍ତୁରୀ ମେଥି ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା କ୍ରିମି ପନିର୍ । ଏବେ ଏହାର ମଜା ନେଇ ପାରିବେ ।
‘କ୍ରିମି ପନିର୍’ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
