ବିଜେପି ପକ୍ଷରୁ କଟକ ବନ୍ଦ ପାଳିତ
କଟକ : ଆଜି ପ୍ରବଳ ବର୍ଷା ସତ୍ୱେ ଶାରଦୀୟ ପୂଜାରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଏବଂ ମୂର୍ତ୍ତି ଉପରୁ ପରଦା ହଟାଇ ଦର୍ଶନ କରାଇବା ଦାବିରେ କଟକ ନଗର ବିଜେପି ଡାକରାରେ କଟକ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି । ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଝଡି ବର୍ଷା ମଧ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ ରାସ୍ତାରୋକ କରିଥିଲେ । ବିଜେପିର ଅନୁରୋଧ କାରଣରୁ କଟକବାସୀ ଏହି ବନ୍ଦକୁ ସମର୍ଥନ ଦେଇ ସମସ୍ତ ବାଣିଜ୍ୟ କାରବାର, ସ୍କୁଲ କଲେଜ, କୋର୍ଟ କଚେରୀ, ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରଖିଥିଲେ ।
ବାଦାମବାଡି, କଲେକ୍ଟର ଅଫିସ, ଝୋଲାସାହି, ଚୈାଧୁରୀବଜାର, ସିଡିଏ , ବିଡାନାସୀ, ବକ୍ସିବଜାର, ବିଜୁ ପଟ୍ଟନାୟକ ଛକ, ଚଣ୍ଡିଛକ, ନୟାସଡକ ଆଦି ସ୍ଥାନରେ କର୍ମୀମାନେ ପିକେଟିଂ କରି ଶତାଧିକ ଗିରଫ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସିକନ୍ଦର ଅଲ୍ଲୀ, ଲକ୍ଷ୍ମୀଧର ପ୍ରଧାନ, ରଶ୍ମିରେଖା ଦାସ, ବିଶ୍ୱରଂଜନ ମିଶ୍ର, ଦେବାଶିଷ ରାୟ, ସବ୍ୟସାଚୀ ମହାପାତ୍ର, ହରପ୍ରସନ୍ନ ଦାଶ, ଦେବାନନ୍ଦ ସିଂହ,ପୁଷ୍ପିତା ମହାପାତ୍ର, ଗୀତା ଦାସ, ସ୍ମୃତି ପଟ୍ଟନାୟକ, ନମିତା ମିଶ୍ର, ଉଷା ପାତ୍ର, ସୁମିତ୍ରା ସ୍ୱାଇଁ, ମାନସ ଓଝା, ଦେବାଶିଷ ଘୋଷ, ସୁମିତ୍ରା ସେନାପତି, ସାଗରିକା ମୁଦୁଲି ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ପିକେଟିଂ କରି ଗିରଫ ହୋଇଥିଲେ । ଏହି ବନ୍ଦକୁ ସମର୍ଥନ କରି କଟକ ସହରବାସୀଙ୍କୁ ସଭାପତି ଶ୍ରୀ ବଡୁ ଧନ୍ୟବାଦ ଦେଇଛନ୍ତି ।
