କାର୍ ଧକ୍କାରେ କନେଷ୍ଟବଳ ମୃତ
ବାଙ୍କି : ବାଙ୍କି-କଟକ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ଧକ୍କାରେ କନେଷ୍ଟବଳ ମୃତ । କାରଟି ଆଠଗଡ ପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟାଇଛି । ବାଙ୍କିରେ କଇମୁଣ୍ଡି ଫାଣ୍ଡି ରାସ୍ତା ନିକଟରେ କନେଷ୍ଟବଳଙ୍କ ଉପରେ ମାଡିଗଲା କାର । ମୃତକ ହେଲେ ରମେଶ ପରିଡ଼ା । ସେ ବାଙ୍କି ଥାନା କଇମୁଣ୍ଡା ଫାଣ୍ଡିରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ଅନ୍ୟପଟେ କାରରେ ଥିବା ଦୁଇଜଣ ମଧ୍ୟ ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ କାର ଟିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ରବିବାର ସକ।ଳ ସମୟରେ କଇମୁଣ୍ଡି ଫାଣ୍ଡି ରାସ୍ତାଠାରୁ ନିକଟସ୍ଥ ଚାରିଘରିୟା ଛକ ଆଡକୁ ରାସ୍ତା କଡ଼ଦେଇ ମଣ୍ଣିଂ ୱାକ୍ କରୁଥିଲେ ରମେଶ । ହଠାତ୍ ଏହି ସମୟରେ ଏକ କାର ଆସି ରମେଶଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସେ ତଳେ ପଡିଯାଇଥିଲେ । ଘଟଣା ସ୍ଥଳରେ ରମେଶଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ଘର ମହୁଲଢ଼ିପି ବୋଲି ଜଣାପଡ଼ିଛି । ଗତ କିଛିଦିନ ହେବ ସେ କଇମୁଣ୍ଡି ଫାଣ୍ଡିରେ କାର୍ଯ୍ୟ କରିଆସୁଥିଲେ ।
