ଅଣ୍ଡା ଟମାଟୋ ସୁପ୍
ସାମଗ୍ରୀ :
୪ଟି ବଡ଼ ଟମାଟୋ
୨ ଚାମଚ ତେଲ
୫ କୋଲା କଟା ରସୁଣ
ଅଳ୍ପ କଟା ପିଆଜ ସଣ୍ଡା(ପତ୍ର)
୩ଟି ଅଣ୍ଡା
୨ ବଡ଼ ଚାମଚ କର୍ଣ୍ଣଫ୍ଲୋର
୨ଚାମଚ ସୋୟା ସସ୍
ଅଧ ଚାମଚ ଗୋଲମରିଚ ଗୁଣ୍ଡ
୨ଟି ପତଳା କଟା ହୋଇଥିବା ପିଆଜ
୨ଟି କଞ୍ଚା ଲଙ୍କା
ସ୍ବାଦ ଅନୁସାରେ ଲୁଣ
ପ୍ରଣାଳୀ :
ପ୍ରଥମେ ଟମାଟୋକୁ ଛୋଟ ଛୋଟ କାଟି ସେଥିରେ ଅଳ୍ପ ଲୁଣ ମିଶାଇ କିଛି ସମୟ ଅଲଗା ରଖନ୍ତୁ। ଏବେ ଏକ କଡ଼େଇ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇ ଆସିଲେ ସେଥିରେ ଟମାଟୋ ଓ ପିଆଜ ପତ୍ରକୁ ଛୋଟ ଛୋଟ ଖଣ୍ଡରେ କାଟି ଭାଜନ୍ତୁ। ଏହା ଟିକେ ଭାଜି ହୋଇଥିଲେ ସେଥିରେ କଟା ରସୁଣ ପକାନ୍ତୁ। ଏହା ଭଲ ଭାବେ ଭାଜି ହୋଇଗଲେ ସେଥିରେ 3 କପ୍ ପାଣି ଦେଇ ଫୁଟାନ୍ତୁ। ପାଣି ଫୁଟିଆସିଲେ ସେଥିରେ ସୋୟା ସସ୍ ଓ କର୍ଣ୍ଣଫ୍ଲୋରରେ ପାଣି ଗୋଳାଇ ମିଶାନ୍ତୁ। ଟିକେ ଫୁଟି ଆସିଲେ ସେଥିରେ ଅଣ୍ଡାକୁ ଗୋଳାଇ ପକାନ୍ତୁ। ଏବେ ଏଥିରେ କିଛି କଟା ପିଆଜ ଓ କଞ୍ଚା ଲଙ୍କା ମିଶାଇ ଭଲ ଭାବେ ଫୁଟାନ୍ତୁ । ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ଅଣ୍ଡା ସିଝିଯିବା ପରେ ଗୋଲମରିଚ ଓ ଧନିଆ ପତ୍ର ପକାଇ ଗରମ ଗରମ ପରଶନ୍ତୁ ଅଣ୍ଡା ଟମାଟୋ ସୁପ୍।
‘ଅଣ୍ଡା ଟମାଟୋ ସୁପ୍’ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
