ସିମେଇ ବାର୍ଡ ନେଷ୍ଟ
ସାମଗ୍ରୀ :
ମିଲ୍କମେଡ୍, କ୍ଷୀର,ସିମେଇ,ବାସୁମତୀ ଚାଉଳ,ଚିନି,କାଜୁ,କିସ୍ମିସ୍,ଗୁଜରାତି ଗୁଣ୍ଡ,ଘିଅ
ପ୍ରଣାଳୀ :
ପ୍ରଥମେ ବାସୁମତୀ ଚାଉଳକୁ ସିଝାଇ ରଖନ୍ତୁ। କଡ଼େଇରେ ଘିଅ ଗରମ କରି ସେଥିରେ ସିମେଇକୁ ଭଲଭାବେ ଭାଜନ୍ତୁ। ସିମେଇ ଭଲଭାବେ ଭାଜି ହୋଇଗଲେ ଏଥିରେ ମିଲ୍କମେଡ୍ ପକାଇ ଆଉଟିକେ ଭାଜନ୍ତୁ। ସିମେଇ ହୋଇଗଲା ପରେ ତାକୁ ଏକ ବାଉଲ୍ରେ ପଲିଥିନ୍ ଦେଇ ଗୋଲ୍ ଆକାର କରିଦିଅନ୍ତୁ। ଏହାପରେ ଏହି ସିମେଇ ବାଉଲ୍କୁ ଫ୍ରିଜର୍ରେ ୧୦ ମିନିଟ୍ ରଖିଦିଅନ୍ତୁ। ୧୦ ମିନିଟ୍ ପରେ ବାଉଲ୍ରୁ ସିମେଇକୁ ବାହାର କରିଦିଅନ୍ତୁ। ଏବେ ଏକ ପାତ୍ରରେ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ଏଥିରେ ମିଲ୍କମେଡ୍ ଓ ସିଝା ବାସୁମତୀ ଚାଉଳ ପକାଇ ଭଲଭାବେ ଗୋଳାନ୍ତୁ। କ୍ଷୀର ବହଳ ହୋଇଗଲେ ସେଥିରେ ଅଳ୍ପ ଚିନି, କାଜୁ, କିସ୍ମିସ୍, ଗୁଜରାତି ଗୁଣ୍ଡ ପକାଇ ଭଳଭାବେ ଗୋଳାନ୍ତୁ। ଏହାପରେ ପ୍ରସ୍ତୁତ ସିମେଇ ବାଉଲ୍ରେ କ୍ଷୀରକୁ ଢାଳି ତା’ଉପରେ କାଜୁ କିସ୍ମିସ୍ ଓ କେସର ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ସିମେଇ ବାର୍ଡ଼ ନେଷ୍ଟ’। ଆପଣ ଖାଇବା ସହ ଆପଣଙ୍କ ପ୍ରିୟଜନଙ୍କୁ ମଧ୍ୟ ଖୁଆନ୍ତୁ ।
‘ସିମେଇ ବାର୍ଡ ନେଷ୍ଟ’ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
