ସୁଖ ନିଦ୍ରା
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ ନିହାତି ଆବଶ୍ୟକ । ନିଦ ପ୍ରତ୍ୟେକ ଲୋକଙ୍କୁ ସାରାଦିନ ସତେଜ ରଖିବା ସହ ସ୍ୱାସ୍ଥ୍ୟରକ୍ଷା କରିବାରେ ସାହାଯ୍ୟ କରେ । କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଏହା ଆବଶ୍ୟକ । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମିତ୍ତ ଖାଦ୍ୟ ଓ ପ୍ରସାଧନ ଯେତିକି ଜରୁରୀ ଠିକ୍ ନିଦ ମଧ୍ୟ ସେତିକି ଜରୁରୀ । ପ୍ରତ୍ୟହ ୮ ଘଣ୍ଟା ଶୋଇବା ଉଚିତ ।
- ଶୋଇବା ସମୟରେ ଶୋଇବା ରୁମ୍ର ତାପମାତ୍ରା ଅନୁକୁଳ ହେବା ଆବଶ୍ୟକ । ଅଧିକ ଗରମ କିମ୍ବା ଅଧିକ ଥଣ୍ଡାରେ ଭଲ ନିଦ ହୁଏ ନାହିଁ ।
- ରାତିରେ ଗରିଷ୍ଠ ଖାଦ୍ୟ ଖାଇଲେ ଭଲ ନିଦ ହୁଏ ନାହିଁ, ତେଣୁ ହାଲୁକା ଖାଦ୍ୟ ଖାଇବା ଉଚିତ ।
- ଶୋଇବା ପୂର୍ବରୁ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ ।
- ଶୋଇବା ପୂର୍ବରୁ ଚା, କଫି, ମଦ କିମ୍ବା ସିଗାରେଟ୍ ପିଇବା ଅଭ୍ୟାସ ରଖନ୍ତୁ ନାହିଁ । କାରଣ ଧୂମପାନ ଓ ମଦ୍ୟପାନ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥାଏ ।
- ଶୋଇବା ବିଛଣାକୁ ପରିଷ୍କାର ରଖନ୍ତୁ ଏବଂ ଆବଶ୍ୟକ ହେଲେ ପତଳା ତକିଆ ମୁଣ୍ଡତଳେ ଦିଅନ୍ତୁ
- ମନପ୍ରଫୁଲ୍ଲ ରହିବା ସହ ଶୋଇବାରେ ଶାନ୍ତି ପାଇଁ ରୁମ୍ ଫ୍ରେସ୍ନର ପକାଇଲେ ଭଲ ।
- ଶୋଇବା ସମୟରେ ମଧୁର ସଂଗୀନ ଶୁଣିଲେ ନିଦ ଭଲ ହୋଇଥାଏ ।
- ଆପଣଙ୍କ ଶୋଇବା ସମୟକୁ ନିର୍ଦ୍ଧାରଣ କରନ୍ତୁ । ସାଧାରଣତଃ ରାତି ୧୦ଟା ପୂର୍ବରୁ ଶୋଇ ଭୋର ୫ଟାରେ ଉଠିବାର ଅଭ୍ୟାସ କରନ୍ତୁ ।
- ଶୋଇବା ବେଳେ ସୂତାର ଢ଼ିଲା ପୋଷାକ ପିନ୍ଧିବା ଉଚିତ । ଏହା ଶରୀରକୁ ଆରାମ ଦିଏ ।
- ଶୋଇବା ପୂର୍ବରୁ ଗାଧୋଇ ଶୋଇଲେ ନିଦ ଭଲ ହେବା ସଂଗେ ସଂଗେ ଆରାମ ମଧ୍ୟ ମିଳେ ।
- ଶୋଇବା ପୂର୍ବରୁ ଈଶ୍ୱରଙ୍କୁ ନିୟମିତ କିଛି ସମୟ ଧ୍ୟାନ କଲେ ନିଦ୍ରାରେ କୌଣସି ବ୍ୟାଘାତ ସୃଷ୍ଟି ହୁଏ ନାହିଁ ।
- ଯଦି ନିଦ ହେଉ ନାହିଁ ତେବେ ଶୋଇବା ପୂର୍ବରୁ କିଛି ମନୋରଂଜନ ପତ୍ରିକା କିମ୍ବା ଧାର୍ମିକ ପତ୍ରିକା ପଢ଼ିବା ଉଚିତ ।
