ବର୍ଷା ଦିନିଆ ସ୍ୱାସ୍ଥ୍ୟର ଯତ୍ନ
ବର୍ଷାଦିନ ଆରମ୍ଭ ହୋଇଗଲାଣି। ଯଦି ଆମେ ଆରମ୍ଭରୁ ସଜାଗ ନ ହେବା ତାହାଲେ ଆମକୁ ବିଭିନ୍ନ ପ୍ରକାର ରୋଗକୁ ସାମ୍ନା କରିବାକୁ ପଡ଼ିବ। ବର୍ଷାଦିନେ ରୋଗ ବ୍ୟାପିବାର ଆଶାଙ୍କା ଯଥେଷ୍ଟ ବୃଦ୍ଧି ଥାଏ । ପାଗ ବଦଳିବା ପରେ ଭାଇରାଲ ଥଣ୍ତା ସହ ଜ୍ୱର ମଧ୍ୟ ହୋଇଥାଏ । ଏପରି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ନିଜର ଖାଦ୍ୟ ପାନୀୟକୁ ଠିକ ଭାବରେ ରଖିବା ନିହାତି ଆବଷ୍ୟକ ହୋଇଥାଏ । ବର୍ଷାରୁତରେ କୀଟପତଙ୍ଗ ଯଥେଷ୍ଟ ବୃଦ୍ଧି ପାଇଥାନ୍ତି ।ବିଶେଷକରି ପତ୍ରଯୁକ୍ତ ଖାଦ୍ୟଠାରୁ ଦୁରେଇ ରୁହନ୍ତ୍। ଏହି ରତୁରେ ମାଛ ଖାଇବା ଦ୍ୱାରା ଖାଦ୍ୟ ବିଷାକ୍ତ ହେବାର ସମ୍ଭାବନା ବଢିଯାଇଥାଏ । ବର୍ଷାରତୁରେ ଛତୁ ଖାଇବା ଠାରୁ ମଧ୍ୟ ଦୁରେଇ ରୁହନ୍ତ୍। ଏହି ରତୁରେ ଓଜନିଆ ଖାଇବା ଠାରୁ ଦୁରରେ ରୁହନ୍ତୁ। କାରଣ ଓଜନିଆ ଖାଦ୍ୟ ହଜମ କରିବା କଷ୍ଟକର ହୋଇପଡେ । ବର୍ଷା ଦିନେ କିପରି ନିଜର ଯତ୍ନ ନେବେ ସେ ବିଷୟରେ ଜାଣି ରଖନ୍ତୁ କିଛି ଟିପ୍ସ ।
ବର୍ଷାଦିନ ଆରମ୍ଭ ହୋଇଗଲାଣି। ଆମକୁ ଆରମ୍ଭରୁ ସଜାଗ୍ ହେବାକୁ ପଡିବ।
ବର୍ଷା ଦିନେ କିପରି ନିଜର ଯତ୍ନ ନେବେ ସେ ବିଷୟରେ ଜାଣି ରଖନ୍ତୁ କିଛି ଟିପ୍ସ …
ବର୍ଷାଦିନେ ସଫାସୁତୁରା ରହିବା ଉପରେ ଧ୍ୟାନ ଦିଅନ୍ତୁ। ଘରେ ଥିବା ବେସିନ୍ ସବୁବେଳେ ସଫା ସୁତୁରା ରଖନ୍ତୁ। ଏଥିରେ ଯେପରି ଖରା ପଡ଼ିବ ଓ ଏହା ଯେମିତି ସବୁବେଳେ ଶୁଖିଲା ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ଆପଣ ବର୍ଷାଦିନେ ଓଦା ନ ହେବାକୁ ଚେଷ୍ଟା କରନ୍ତୁ। କାରଣ ମୁଣ୍ଡ ଓଦା ହେଲେ କେଶ ଶୁଖିବାରେ ଡେରି ହୋଇଥାଏ। ଏଥିପାଇଁ ଆମ ମୁଣ୍ଡ ବିନ୍ଧିଥାଏ।
ଦୀର୍ଘ ସମୟ ଧରି ଓଦା ହୋଇ ରହିଲେ ଏହା ବ୍ୟାକ୍ଟେରିଆଲ୍ ଇନ୍ଫେକ୍ସନ୍ କରାଇଥାଏ। ଆଉ ମୁଣ୍ଡ ଓଦା ହେଲେ ଆମକୁ ଶୀଘ୍ର ଥଣ୍ଡା ମଧ୍ୟ ହୁଏ।
ଏହି ମହାମାରୀ ସମୟରେ ଆବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ଯଦିବି ଯାଉଛନ୍ତି ତେବେ ପାଖରେ ସବୁବେଳେ ଛତା, ରେନ୍କୋଟ୍ ବା ରୁମାଲ୍ ରଖନ୍ତୁ। ବର୍ଷାରେ ବାହାରକୁ ଗଲେ ଆପଣ ଯଦି ଓଦା ହେଇ ଯାଉଛନ୍ତି ତାହାଲେ ସାଙ୍ଗେ ସାଙ୍ଗେ ରୁମାଲ୍ରେ ମୁଣ୍ଡକୁ ଭଲ ଭାବେ ପୋଛି ଦିଅନ୍ତୁ।
ବର୍ଷାଦିନେ ଆଉ ଏକ ବଡ଼ ସମସ୍ୟା ହେଲା ଫଙ୍ଗଲ୍ ଇନ୍ଫେକ୍ସନ୍ ହେବା। ପାଦ ଓଦା ହେବା ଯୋଗୁ ନଖ ମୂଳ ଦରଜ ହୋଇଥାଏ। ଏଥିଯୋଗୁ ତ୍ୱଚା ନରମ ହୋଇ ଚମଡ଼ା ଛାଡ଼ିବା ସମସ୍ୟା ଦେଖାଦେଇଥାଏ। ଏଦିଗରେ ଦୃଷ୍ଟି ଦିଅନ୍ତୁ।
ବର୍ଷାଦିନେ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଏହା ନଲେ ଆପଣ ଶୀଘ୍ର ରୋଗାଗ୍ରସ୍ତ ହୋଇପାରନ୍ତି। ଏଥିପାଇଁ ବର୍ଷା ଋତୁରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ। ତଟକା ପନିପରିବା ଗରମାଗରମ ଖାଇବା ଆବଶ୍ୟକ। ହଳଦୀ, ତୁଳସୀ, ଜାଇଫଳ, ଲବଙ୍ଗ ଆଦିର ବ୍ୟବହାର ମଧ୍ୟ ନିୟମିତ କରନ୍ତୁ।
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!
