ବାଲେଶ୍ୱର : ସୌର ଶକ୍ତି ମାଧ୍ୟମରେ ପାନୀୟ ଜଳ ଯୋଗାଣ ପାଇଁ କର୍ମଶାଳା
ବାଲେଶ୍ୱର : ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀଯ ଜଳ ବିଭାଗ ଦ୍ୱାରା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାନ ମାଧ୍ୟମରେ ଗ୍ରାମାଞ୍ଚଳ ଜଳ ଯୋଗାଣ ପାଇଁ JAL JEEVAN MISSION/BASUDHA/RIDF/OMBADC ଏବଂ DMF ପାଣ୍ଠି ରୁ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଭବିଷତ ରେ ଏହି ସବୁ ପ୍ରକଳ୍ପ କୁ ସୌର ଶକ୍ତି ମାଧ୍ୟମରେ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ବାଲେଶ୍ୱର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମଣ୍ଡଳ ଦ୍ୱାରା ଗୁରୁବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ମଶାଳା UNICEF ସହାୟତା ରେ ନିଯୁକ୍ତ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ବାରା ପରିଚାଳିତ ହୋଇଥିଲା। ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଆନନ୍ଦପୁର, ବାରିପଦା ଓ ରାଇରଙ୍ଗପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ର ସମସ୍ତ ଯନ୍ତ୍ରୀ ଯୋଗଦାନ ଦେଇଥିଲେ। ଜଳ ଯୋଗାଣ ପ୍ରକଳ୍ପ ରେ ସୌର ଶକ୍ତି ର ପ୍ରୟୋଗ, ପରିଚାଳନା ତଥା ରକ୍ଷଣା ବେକ୍ଷଣ ସମ୍ବନ୍ଧରେ ସବିଶେଷ ବୈଷୟକ ଜ୍ଞାନ କୌଶଳ ଉପରେ କର୍ମଶାଳାରେ ପ୍ରଶିକ୍ଷଣ ଦିଆଯାଇଥିଲା।

