ବାଲେଶ୍ୱର : ନିସ୍ୱାର୍ଥପର ଜନସେବା ପାଇଁ ଚିର ଦିନ ମନେ ରହିବେ “ମଙ୍ଗୁ ଭାଇ”
- ଦିବଙ୍ଗତ ବିଧାୟକ ମଙ୍ଗୁଭାଇଙ୍କ ୬୪ତମ ଜନ୍ମ ଜୟନ୍ତୀ ପାଳିଲା ସଦର ବିଜେପି
ବାଲେଶ୍ୱର : ବାଲେଶ୍ୱର ସଦର ବିଜେପି ପକ୍ଷରୁ ଶୁକ୍ରବାର ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲା ସଭାପତି ତଥା ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ)ଙ୍କ ୬୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କ ସୁପୁତ୍ର ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ପ୍ରାତଃ ସମୟରେ ବାଲେଶ୍ୱର ସହରର ମାଣିଖମ୍ବ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ବୃକ୍ଷରୋପଣ କରାଯାଇଥିଲା ।
ପରେ ସ୍ଥାନୀୟ ସଦର କାର୍ଯ୍ୟାଳୟରେ ଅନ୍ୟ ଏକ କାର୍ଯ୍ୟକ୍ରମର ଅଂଶସ୍ୱରୁପ ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଉପସ୍ଥିତ ବକ୍ତାମାନେ ସ୍ୱର୍ଗତ ବିଧାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ କରିବା ସହ ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କୁ ମଙ୍ଗୁ ଭାଇଙ୍କ ଭଳି ରାଷ୍ଟ୍ରହିତୈଷୀ, କର୍ମଠ ଓ ଗରିବଙ୍କ ପାଇଁ ଦରଦୀ ହେବାକୁ ଆହ୍ୱାନ ଦେଇଥିଲେ । ସ୍ୱର୍ଗତ ଦତ୍ତ ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ସଦରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଜଣେ ଲୋକପ୍ରିୟ ଓ ତୃଣମୂଳ ସ୍ତରର ନେତା ଭାବେ ବେଶ ପରିଚିତ ଥିଲେ । ପୂର୍ବରୁ ସ୍ୱର୍ଗତ ଦତ୍ତ ରେମୁଣା ବ୍ଲକ ଅଧ୍ୟକ୍ଷ ଓ ଜିଲା ପରିଷଦର ଉପ ସଭାପତି ଥିବା ସମୟରେ ବହୁ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ।
ଖାଲି ସେତିକି ନୁହଁ ଦୀର୍ଘ ୩୦ ବର୍ଷର ସାମାଜିକ ଓ ରାଜନୈତିକ ଜୀବନରେ ସେ ରାଜନୀତିକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । ସକାଳ ଠୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲୋକଙ୍କ ସୁଖରେ ଦୁଃଖରେ, ଥାନାରେ ଡାକ୍ତରଖାନାରେ ଛିଡ଼ା ହୋଇ ଜନସାଧାରଣଙ୍କ ସେବାରେ ନିଜର ଜୀବନକୁ ସମର୍ପିତ କରିଥିଲେ । ନିଜ ଦମ୍ରେ ଓ ନିଜ ପ୍ରତିଭା ବଳରେ ସବୁ ଅସମ୍ଭବକୁ ସମ୍ଭବ କରି ଦେଖେଇଥିଲେ । ତାଙ୍କ ଭିତରେ ଥିଲା ଝଡ଼ ମଧ୍ୟରେ ଦୀପ ଜଳାଇବାର ଶକ୍ତି । ସାଧାରଣ ଲୋକଙ୍କର ଦୁଃଖସୁଖ ସାଥି, ଦୋଳିତ ଓ ଶୋଷିତମାନଙ୍କର ସେ ସ୍ୱର ଥିଲେ । ତାଙ୍କ ଅବର୍ତ୍ତମାନରେ ସେ ଯେଉଁ ମାନଦଣ୍ଡ ଛାଡି ଦେଇଯାଇଛନ୍ତି, ତାକୁ ଯଦି ଆମେ ପୂରଣ କରିପାରିବା, ତାହା ହିଁ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି ସଦର ନେତା ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ସତ୍ୟଜିତ ମିଶ୍ର, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ବୈଲୋଚନ ଦାଶ, ବିଜୟ ପାଣିଗ୍ରାହୀ, ଲୋକନାଥ ଭୂୟାଁ, ମନ୍ମଥ ପାତ୍ର, ଶଶିଶେଖର ମହାନ୍ତି, ମାଧବାନନ୍ଦ ସାହୁ, ବିବେକ ମହାନ୍ତି, ଅନନ୍ତ ନାୟକ, ଲକ୍ଷ୍ମୀଧର ବେହେରା, ରାଜେନ୍ଦ୍ର ଚାଟାର୍ଜୀ, ସର୍ବେଶ୍ୱର ପାତ୍ର, ବିକାଶ ପାଢୀ, ଧୀରଜ ମହାନ୍ତି, ମନ୍ମୟ ଦାସ, ଅରୁପ ଜେନା, ବିନୟ ମହାରଣା, ବିବେକାନନ୍ଦ ରାଉତ, ଦିଲ୍ଲୀପ ମାଝୀ, ମୁନା ମହନ୍ତ, ପବନ କମିଳା, ତପନ ବେହେରା, ପିଣ୍ଟୁ ପୋଦ୍ଦାର, ରାଜେଶ ମହାପାତ୍ର, ଅଶୋକ ଦାସ, ସସ୍ମିତା ଦାଶ, ଶ୍ରୀୟା ଦାସ, ସସ୍ମିତା ଚାନ୍ଦ, ସସ୍ମିତା ଶୁକ୍ଳା, ସଂଯୁକ୍ତା ମହାପାତ୍ର, ମହୁଆ ପ୍ରଧାନ, ସ୍ୱର୍ଣ୍ଣପ୍ରିୟା ନାଥ, ତରୁଲତା ବେହେରା, ଦୁର୍ଗା ବେହେରା, ସେଖ ସାବିତ, ସେଖ ହଲିମ, ଅଜୟ ଜେନା, ପ୍ରତାପ ପ୍ରଧାନ, ବବଲୁ ମିଶ୍ର, ଦିଲ୍ଲୀପ ଦାସ, ଅନୀଲ ଦାସ, ଜିତେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।




