ବାଲେଶ୍ୱର : ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ
ବାଲେଶ୍ୱର : ବଜ୍ରପାତ ନେଲା ଜୀବନ । ଜମିରେ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣଙ୍କ ହେଲେ ବାଲେଶ୍ୱର ସଦର ବ୍ଲକ ହଳଦୀପଦା ପଞ୍ଚାୟତ ଅନ୍ତର୍ଗତ ବାଇଦିପୁର ଗ୍ରାମର ଭାଗବତ ଦଳାଇ (45) ।
ଭାଗବତ ବୁଧବାର ସନ୍ଧ୍ୟା ସମୟରେ ଚାଷଜମିରୁ କାମସାରିଘରକୁ ଫେରୁଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏ ନେଇ ମେଡିକାଲ ଫାଣ୍ଡିରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଇଛି l ସୂଚନା ଯେ, ତାଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ ଅଛନ୍ତି।
