ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
- ନୂଆ କୃଷି ଆଇନ ପ୍ରତ୍ୟାହାର ସମେତ ରଖିଲେ ବିଭିନ୍ନ ଦାବି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୁଧବାର ସାକ୍ଷାତ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ସେ ପ୍ରଧାନମନ୍ତ୍ରୀଙ୍କଠାରେ ବିବାଦୀୟ ତିନି ନୂଆ କୃଷକ ଆଇନ ପ୍ରତ୍ୟାହାର କରିବା ଏବଂ କୃଷକମାନଙ୍କୁ ମାଗଣା ଆଇନ ସହାୟତା ବର୍ଗକୁ ଆଣିବା ପାଇଁ ସଂଶୋଧନ ବିଭିନ୍ନ ଦାବି ଉପସ୍ଥାପନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ସମୟରେ କ୍ୟାପଟେନ ଅମରିନ୍ଦର କହିଛନ୍ତି ଯେ ଚାଷୀଙ୍କ କ୍ରମାଗତ ଆନ୍ଦୋଳନ କେବଳ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପଡୁନାହିଁ ବରଂ ସାମାଜିକ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଭାବ ପକାଉଛି। ବିଶେଷ କରି ଯେତେବେଳେ ରାଜନୈତିକ ଦଳ ଏବଂ କୃଷକ ଗୋଷ୍ଠୀ କଡା ଆଭିମୁଖ୍ୟ ଗ୍ରହଣ କରିବେ ସ୍ଥିତି ଆହୁରି ବିଗିଡିବ।
Punjab CM Captain Amarinder Singh met PM Narendra Modi in Delhi today
— ANI (@ANI) August 11, 2021
"During his meeting, he urged the PM to immediately initiate steps for repealing the controversial farm laws & amendment to the relevant law for including farmers in free legal aid category," says state govt pic.twitter.com/XqqalcS5iW
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ପ୍ରେସ ବିବୃତି ଅନୁଯାୟୀ, ଅମରିନ୍ଦର ସିଂହ ପଞ୍ଜାବ ସୀମାବର୍ତ୍ତୀ ରାଜ୍ୟ ହୋଇଥିବାରୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ହମଲାରୁ ସୁରକ୍ଷା ପାଇଁ କେନ୍ଦ୍ର ସଶସ୍ତ୍ର ପୋଲିସ ବଳର ୨୫ କମ୍ପାନୀ ତଥା ସୀମା ସୁରକ୍ଷା ବଳ ପାଇଁ ଡ୍ରୋନ୍ ବିରୋଧୀ ଉପକରଣ ମଧ୍ୟ ଦାବି କରିଛନ୍ତ୬ି। ହିନ୍ଦୁ ମନ୍ଦିର, ବିଶିଷ୍ଟ କୃଷକ ନେତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) କାର୍ଯ୍ୟାଳୟ, ଆରଏସଏସ- ଓ ଜେପି ନେତାଙ୍କୁ ଟାର୍ଗେଟ କରାଯିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ସୂଚନା ଯେ, ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦୀର୍ଘ ଦିନ ଜାରି ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ। ସେ କହିଥିଲେ, ଆନ୍ଦୋଳନ ଜାରି ରହିଲେ ସାମାଜିକ, ଅର୍ଥନୈତିକ ଏବଂ ସୁରକ୍ଷା ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବ।
