ବାଲେଶ୍ୱର : ବଜ୍ରାଘାତରେ ପୋଟଳ ଚାଷୀ ମୃତ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଅଞ୍ଚଳରେ ରବିବାର ଅପରାହ୍ନରେ ବର୍ଷା ସହିତ ଘନ ଘନ ବଜ୍ରାଘାତ ହୋଇଥିଲା । ଏଥିରେ ଜଳେଶ୍ୱର ଅଞ୍ଚଳର ଜଣେ ପୋଟଳ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ଏକତାଳି ଗାଁର ଭଗିରଥ ସାହୁ (୫୨) ।
ସୂଚନା ଯେ, ସୋମବାର ଜଳେଶ୍ୱରରେ ସାପ୍ତାହିତ ହାଟ ଥିବାରୁ ଭଗିରଥ ପୋଟଳ ତୋଳିବାକୁ ବିଲକୁ ଯାଇଥିଲେ । ନିଜ ବାଡିରେ ପୋଟଳ ତୋଳୁଥିବା ବେଳେ ହଠାତ୍ ବଜ୍ରାଘାତ ହେବାରୁ ସେ ତଳେ ପଡ଼ି ଯାଇଥିଲେ । କିଛି ସମୟ ପରେ ପରିବାର ଲୋକେ ଖୋଜାଖୋଜି କରି ପୋଟଳ ବାଡିରୁ ତାଙ୍କୁ ଉଦ୍ଧାର କରିଥିଲେ । ବଜ୍ରାଘାତରେ ତାଙ୍କ ଦେହର ବିଭିନ୍ନ ସ୍ଥାନ ପୋଡ଼ି ଯାଇଥିବାର ଦେଖିବାକୁ ମିଳିଛି । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଜିକେଭଟ୍ଟର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
