ବାଲେଶ୍ୱର : ନିଖୋଜ ଶିଶୁପୁତ୍ରର ମୃତଦେହ ନଦୀରୁ ଉଦ୍ଧାର
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଦୋଳଗୋହିରା ଗ୍ରାମର ନିଖୋଜଥିବା ଜଣେ ଚାରିବର୍ଷ ଶିଶୁପୁତ୍ରର ମୃତଦେହ ନଦୀରୁ ଉଦ୍ଧାର । ହଳଦୀପଦା ଫାଣ୍ଡି ଅନ୍ତର୍ଗତ ବେଲବାରିଆ ଗାଁ ନିକଟ ବୁଢ଼ାବଳଙ୍ଗ ନଦୀରୁ ଶନିବାର ରାତିରେ ଶିଶୁପୁତ୍ରର ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଶିଶୁ ଜଣକ ହେଉଛନ୍ତି ରେମୁଣା ଥାନା ଦୋଳଗୋହିରା ଗ୍ରାମର ସଞ୍ଜୟ କୁମାର ଖଟୁଆଙ୍କ ପୁଅ ସୌମ୍ୟରାଜ (ଆଲେକ୍ସ) ।
ବେଲବାରିଆ ଗାଁ ନିକଟ ବୁଢ଼ାବଳଙ୍ଗ ନଦୀରେ ଜଣେ ଶିଶୁର ମୃତଦେହ ଭାସୁଥିବା ଦେଖି ଗାଁ ଲୋକେ ରୁଣ୍ଡ ହୋଇଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ । ହଳଦୀପଦା ଫାଣ୍ଡିଅଧିକାରୀ ରାଧାଗୋବିନ୍ଦ ମଢୁଆଳ ସେଠାରେ ପହଞ୍ôଚ ଆମ୍ବୁଲାନ୍ସ ଯୋଗେ ମୃତଶିଶୁକୁ ଜିଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇ ରବିବାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ସୂଚନା ଯେ, ଗତ ୬ ତାରିଖ ସନ୍ଧ୍ୟାରେ ଘରେ ଖେଳାଖେଳି କରୁଥିବା ସମୟରେ ଆଲେକ୍ସ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାରଲୋକେ ବହୁ ଖୋଜାଖୋଜି କରି ମଧ୍ୟ ପୁଅକୁ ପାଇନଥିଲେ । ଫଳରେ ରେମୁଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ ୪୯/୨୧) ରୁଜୁ ହୋଇଥିଲା ।
