ଆମ ରୋଷେଇ- “ଛୋଲେ”
ସାମଗ୍ରୀ :
କାବୁଲି ଚଣା – ୧ କପ୍
ଟି ବ୍ୟାଗ – ୧ଟି
ଲୁଣ – ୧ ଚାମଚ
ହଳଦି – ୧ /୨ଚାମଚ
ଚାମଚ ଲଙ୍କା ଗୁଣ୍ଡ – ୧ ଚାମଚ
ଧଣିଆ ଗୁଣ୍ଡ – ୧ ଚାମଚ
ଗରମ ମସଲା ଗୁଣ୍ଡ – ୧ /୨ ଚାମଚ
ଛୋଲେ ମସଲ – ୧ ଚାମଚ
କଟା ପିଆଜ – ୧ଟି (ବଡ଼)
ଟମାଟୋ ପ୍ୟୁରୀ – ୨ଟି
ରିଫାଇନ୍ ତେଲ – ୧ ଟେବୁଲ ଚାମଚ
ଅଦା ବଟା – ୧ ଚା’ ଚାମଚ
ରସୁଣ ବଟା – ୧ ଚା’ ଚାମଚ
ଚିନି – ୧ /୨ ଚା’ ଚାମଚ
କସ୍ତୁରୀ ମେଥି – ୧ଟେବୁଲ ଚାମଚ
ତେଜପତ୍ର – ୨ଟି
ପ୍ରଣାଳୀ :-
କାବୁଲି ଚଣାକୁ ୬ରୁ ୮ ଘଣ୍ଟା ବଢୁରାଇ ରଖନ୍ତୁ ।
ପ୍ରେସର କୁକରରେ ଚଣା, ୨ କପ୍ ପାଣି, ଲୁଣ, ଟି ବ୍ୟାଗ, ତେଜପତ୍ର ୨ଟି ଦେଇ ମଧମ ଆଞ୍ଚରେ ୨ଟି ହିସିଲ୍ ମାରି କାଢ଼ି ରଖନ୍ତୁ ।
ଟି ବ୍ୟାଗଟିକୁ କାଢ଼ି ପକାଇଦିଅନ୍ତୁ । ଚଣାକୁ ଏହି ପାଣିରୁ କାଢ଼ି ରଖନ୍ତୁ ।
ପ୍ୟାନ୍ ରେ ତେଲ ଗରମ କରି ଜିରା ଟିକେ ଫୁଟାନ୍ତୁ । ଅଦା-ରସୁଣ ବଟା ପକାଇ ଗନ୍ଧ ଯିବା ଯାଏଁ କଷନ୍ତୁ ।
ତା’ପରେ କଟା ପିଆଜ ପକାଇ ଆବଶ୍ୟକ ଲୁଣ ଦେଇ ମସଲା କଷନ୍ତୁ । ପିଆଜ ନରମ ହୋଇଁ ମିଶିଗଲେ ଟମାଟୋ ପ୍ୟୁରୀ, ଚିନି, ହଳଦି, ଲଙ୍କାଗୁଣ୍ଡ ପକାଇ ଟମାଟୋ ମସଲାରେ କଷି ହୋଇ ତେଲ ଛାଡ଼ିବା ଯାଏଁ କଷନ୍ତୁ ।
ଏଥର ଛୋଲେ ପକାନ୍ତୁ । କସ୍ତୁରୀ ମେଥି, ଛୋଲେ ମସଲା ଦେଇ ଆବଶ୍ୟକ ପାଣି (୧ କପ) ଦିଅନ୍ତୁ । ଘୋଡ଼ାଇ ୬ରୁ ୭ ମିନିଟ୍ ରାନ୍ଧନ୍ତୁ ।
ଢାଙ୍କୁଣୀ ଖୋଲି ଗରମ ମସଲା ଗୁଣ୍ଡ ଛିଞ୍ଚନ୍ତୁ । ଝୋଳ ମରି ବହଳିଆ ହେଲେ ସର୍ଭିଙ୍ଗ ପ୍ଲେଟ୍କୁ କାଢ଼ି ଉପରେ କଟା ଧଣିଆପତ୍ର, ପୋଦିନା ପତ୍ର ଓ ପିଆଜ ସଜାଇ ‘ବଟୁରେ’, ‘ ପୁରୀ’, ‘ ପରଟା’ ସହ ପରସନ୍ତୁ ।
ଆମ ରୋଷେଇ-“ଛୋଲେ” କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ
