ଅହମଦିଆ ମୁସଲିମ ମହିଳା ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଡଷ୍ଟବିନ୍ ପ୍ରଦାନ
ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଏବଂ ଏହାର ଚତୁଃପାର୍ଶ୍ୱର ସ୍ୱଚ୍ଛତା ପାଇଁ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଅହମଦିଆ ମୁସଲିମ ମହିଳା ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ୧୫ ଗୋଟି ଡଷ୍ଟବିନ (କୁଢ଼ାଦାନି) ପ୍ରଦାନ କରାଯାଇଛି ।

ସଙ୍ଗଠନର ସଭାନେତ୍ରୀ ରେଜିଆ ମହମ୍ମଦଙ୍କ ନେତୃତ୍ୱରେ ସଦସ୍ୟା ନୁସରତ ଜହାଁ, ଆମତୁଲ ହୟି ଅମ୍ୱରୀ, ଫଜଦାନା ଗଜାଲା ସମେତ ଅନେକ ମହିଳା ସ୍ୱେଚ୍ଛାସେବୀ ପଞ୍ଚଲିଙ୍ଗେଶ୍ୱର ପୀଠରେ ପହଞ୍ଚି ଟ୍ରଷ୍ଟ ସଦସ୍ୟ ଅମରେନ୍ଦ୍ର ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ପୁରସ୍ତମ ସେଠୀ, ମ୍ୟାନେଜର ଶିଶିର କୁମାର ମିଶ୍ର ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ଏହି ଡଷ୍ଟବିନ ହସ୍ତାନ୍ତର କରିଥିଲେ । ଟ୍ରଷ୍ଟ ପକ୍ଷରୁ ଏହି ମୁସଲିମ ମହିଳା ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହିତ ସେମାନଙ୍କର ଏଭଳି କାର୍ଯ୍ୟ ସମାଜ ପ୍ରତି ଏକ ମହାନବାର୍ତ୍ତା ବୋଲି ଉପସ୍ଥିତ ଟ୍ରଷ୍ଟି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟ ସମ୍ପାଦନାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଖାଲିଦ୍ ହୁସେନ୍ଙ୍କ ଭୂମିକାକୁ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି ।
