ନୀଳଗିରି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଯାତ୍ରା
ନୀଳଗିରି : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରୀଶକ୍ତିର ଅଭ୍ୟୁଦୟ ତଥା ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରି ଦେଶର ପ୍ରଗତିରେ ସେମାନଙ୍କର ଭୂମିକାକୁ ଗୁରୁତ୍ୱ ଦେବା ସହ ସେମାନଙ୍କୁ ସମ୍ମାନ ଦେବା ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ହେବା ସହ ସେମାନେ ପ୍ରତି କ୍ଷେତ୍ରରେ ସଚେତନ ରହି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ନୀଳଗିରି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକଙ୍କ ନେତୃତରେ ନାରୀ ଶକ୍ତି ବନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବିଶାଳ ପଦଯାତ୍ରା ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇ ସହର ପରିକ୍ରମା କରିବା ସହିତ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ଏଠାରେ ଏକ ସଭାର ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ ସମସ୍ତ ଯୋଜନା ବାବଦରେ ଉପସ୍ଥିତ ମା’ମାନଙ୍କୁ ଅବଗତ କରାଜାଇଥିଲା ।

କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ସହିତ ବିଭିନ୍ନ ଯୋଜନାର ଫାଇଦା ନେବାକୁ ଉପସ୍ଥିତ ନେତୃମଣ୍ଡଳୀ ଉଦ୍ବୋଧନ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବସବାସ କରୁଥିବା ମହିଳାମାନଙ୍କୁ ଯୋଗାଇ ଦିଆଯାଉଥିବା ଯୋଜନାକୁ ଓଡ଼ିଶାରେ ରାଜ୍ୟ ସରକାର ହ୍ୟାକ କରି ନିଜ ନାମରେ ପ୍ରଚାର ପ୍ରସାର କରୁଥିବା ବେଳେ ଏଥିପ୍ରତି ସଚେତନ ରହିବାକୁ ଉପସ୍ଥିତ ମହିଳା ମାନଙ୍କୁ ଜିଲା ମହିଳା ମୋର୍ଚ୍ଚା ସଭାପତି ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାପତି ସିପ୍ରାରେଖା ମହାପାତ୍ର, ଜିଲା ମହିଳା ମୋର୍ଚ୍ଚା ସଦସ୍ୟା ସୁସ୍ମିତା ପଣ୍ଡା, ନାରୀନେତ୍ରୀ ସୁଇଟି ବାରିକ, ଉଷା ରାଣୀ ରାଉଳ, ଜିଲା ଉପ-ସଭାପତି ଗଙ୍ଗାଧର ମିଶ୍ର, ମନୋରଞ୍ଜନ ବେହେରା, କରୁଣାକର ପଣ୍ଡା, ରାଜୀବ ଦାସ ବାବୁ, ଉପେନ୍ଦ୍ର ନାୟକ, ତାପସ ମହାନ୍ତି, ସୂର୍ଯ୍ୟକାନ୍ତ ବିଶ୍ୱାଳଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ ।
