ଆଜି ଅପରାହ୍ନ ୪ଟା ୩୦ରେ କରୋନା ସ୍ଥିତିକୁ ନେଇ ରାଜ୍ୟ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କ ପ୍ରେସ୍ ମିଟ୍
ଭୁବନେଶ୍ୱର : ରାଜ୍ୟରେ ସୁଧୁରିବାରେ ଲାଗିଛି କରୋନା ସ୍ଥିତି । ଆଶିଂକ ଲକ୍ଡାଉନ୍ ସହିତ ରାଜ୍ୟ ଅନଲକ୍ ପର୍ଯ୍ୟାୟ ଆଡେ ଗତି କରୁଥିବା ବେଳେ କିଛି ଜିଲ୍ଲାରେ ପଜିଟିଭିଟି ରେଟ୍ ଏବେ ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ଆଜି ରାଜ୍ୟର କରୋନା ସ୍ଥିତିକୁ ନେଇ ରାଜ୍ୟ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରେସ୍ ମିଟ୍ କରିବାକୁ ଯ୍ଧମକ୍ତନ୍ତି । ବୁଧବାର ଅପରାହ୍ନ ୪ଟା ୩୦ମିନିଟ ସମୟରେ ସାମ୍ବାଦିକ ସମ୍ମୀଳନୀ କରିବେ ରାଜ୍ୟ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।
ବର୍ତ୍ତମାନ ରାଜ୍ୟରେ କରୋନା ର ଦ୍ୱିତୀୟ ଲହର ମଧ୍ୟରେ ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପୁରା ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରନ୍ତି ଏସିଏସ । ଅନ୍ୟପଟେ କିଛି ଦିନ ମଧ୍ୟରେ କିଛି ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସେ ସବୁ ଜିଲ୍ଲା ଗୁଡିକର କ୍ୟାଟେଗୋରୀ ପରିବର୍ତ୍ତନ ନେଇ ମଧ୍ୟ ଘୋଷଣା କରିପାରନ୍ତି ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।
