ବିଶ୍ୱରେ ଆଉ ୪ଲକ୍ଷ୧୭ହଜାର ସଂକ୍ରମିତ ଓ ୭,୫୯୬ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୫୩ଲକ୍ଷ ୪୬ହଜାର ୮୨୫ ଓ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୮ହଜାର ୨୬୦କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୧୭ହଜାର ସଂକ୍ରମିତ ହୋଇଥିବାବେଳେ ୭ହଜାର ୫୯୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୫୩ଲକ୍ଷ ୪୬ହଜାର ୮୨୫ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୮ହଜାର ୨୬୦ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୯୬ଲକ୍ଷ ୯୪ହଜାର ୨୭ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୬ଲକ୍ଷ ୪୪ହଜାର ୨୩୮ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୬ଲକ୍ଷ ୧୬ହଜାର ୭୬ ସଂକ୍ରମିତ ଓ ୬ଲକ୍ଷ ୨୧ହଜାର ୫୬୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୮ଲକ୍ଷ ୫୫ହଜାର ୧୫ ସଂକ୍ରମିତ ଓ ୫ଲକ୍ଷ ୨୬ ହଜାର ୮୯୨ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୯୦ ହଜାର ୫୮୪ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୨୩୧ ମୃତ, ଋଷିଆରେ ୫୬ ଲକ୍ଷ ୫୮ ହଜାର ୬୭୨ ସଂକ୍ରମିତ ଓ ୧ଲକ୍ଷ ୩୯ ହଜାର ୩୧୬ ମୃତ, ତୁର୍କୀରେ ୫୪ ଲକ୍ଷ ୫୪ ହଜାର ୭୬୩ ସଂକ୍ରମିତ ଓ ୪୯ ହଜାର ୯୯୬ ମୃତ, ୟୁକେରେ ୪୯ ଲକ୍ଷ ୫୮ ହଜାର ୮୬୮ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୨୬୮ ମୃତ, ଆର୍ଜେଣ୍ଟିନାରେ ୪୫ ଲକ୍ଷ ୭୪ ହଜାର ୩୪୦ ସଂକ୍ରମିତ ଓ ୯୬ ହଜାର ୯୮୩ମୃତ, କଲୋମ୍ବିଆରେ ୪୪ ଲକ୍ଷ ୨ ହଜାର ୫୮୨ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୧୯ମୃତ, ଇଟାଲିରେ ୪୨ ଲକ୍ଷ ୬୪ ହଜାର ୭୦୪ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୭୦୪ମୃତ, ସ୍ପେନରେ ୩୮ ଲକ୍ଷ ୮୦ ହଜାର ୬୧୨ ସଂକ୍ରମିତ ଓ ୮୦ ହଜାର ୯୫୨ ମୃତ ରହିଛନ୍ତି ।
